ଗୁଣୁପୁର, (ସିଦ୍ଧାର୍ଥ ଦାସଙ୍କ ରିପୋର୍ଟ) ଆଜି ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବର ରେ ପାଳିତ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳେ ଏକ ମିନି ମାରାଥନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ମାରାଥନ ଗୁଣୁପୁର ମହାବିଦ୍ୟାଳୟ ଛକ ଠାରୁ ଆରମ୍ଭ ହୋଇ ବିଶ୍ୱ ବିଦ୍ୟାଳୟ ରେ ଶେଷ ହୋଇଥିଲା।ଏହାକୁ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଏନ ଭି ଜେ ରାଓ ସବୁଜ ପତକା ଦେଖାଇ ଆରମ୍ଭ କରିଥିଲେ । ଏଥିରେ ଅନୁଷ୍ଠାନର ଡ଼ି ନ ଏକାଡେମିକ ଡ଼ . ଏ .ଭି. ଏନ ଲ ଶର୍ମା , ପ୍ରଫେସର ଡ଼ଃ.ସଞ୍ଜୟ କୁଁଅର,ଡ଼ଃ ଜ୍ୟୋତିର୍ମୟ ମିଶ୍ର,ଡ଼ଃ ଆଶିଷ ସାମଲ,ଡ଼ି .ଅନିଲ କୁମାର ,ଦେବାଶିଷ ପଟନାୟକ ,ଡ଼ଃ ବ୍ରଜ କିଶୋର ମିଶ୍ର, ସତ୍ୟ ନାରାୟଣ ଦାସ, ରଞ୍ଜିତ ପାଣିଗ୍ରାହୀ ତଥା ଅଧ୍ୟାପକ ,ଛାତ୍ରଛାତ୍ରୀ ପ୍ରମୁଖ ଭାଗ ନେଇଥିଲେ ।
ପରେ ବିଶ୍ଵ ବିଦ୍ୟାଳୟ ପରିସରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ କୁଳପତି ଡ଼ଃ ଗୌତମ ଘୋଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ସହ ଅନୁଷ୍ଠାନ ରେ କାର୍ଯ୍ୟରତ ମହିଳା କର୍ମଚାରୀ ମାନଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲ। ପରେ ମହାତ୍ମାଗାନ୍ଧୀଙ୍କ ଜୀବନୀ ନେଇ ଏକ ଆଲୋଚନା ଚକ୍ର ହେଇଥିଲା। ମାରାଥନ ରେ କୃତି ଛାତ୍ରଛାତ୍ରୀଙ୍କ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ କ୍ରୀଡା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା, ବି.ଟି ଭି.ରାମନା ମୂର୍ତ୍ତି ,ପିଣ୍ଟୁ ବେବର୍ତ। ଓ ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନସୁ ଶେଖର ରଥ ପରିଚାଳନା କରିଥିଲେ।