ଗଞ୍ଜାମ,୨୦।୦୯, ଗଞ୍ଜାମ ଜିଲ୍ଲା କୁକୁଡା ଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ତଥା ଚିକିତ୍ସାଳୟର ବହିର୍ବିଭାଗରେ , ଆୟୁଷ ମନ୍ତ୍ରାଳୟ , ଭାରତ ସରକାଙ୍କ ଦ୍ଵାରା ଅନୁମୋଦିତ ଆୟୁଷ କାଢା ଯାହା ଗତ ୧୯/୦୮/୨୦୨୧ ରିଖ ରେ ଆରମ୍ଭ ହୋଇଥିଲା ତାହାର ଏକ ମାସ ଧରି ବିତରଣ ସହିତ ଗତକାଲି ତାର ଉଦଯାପନ ହୋଇସାରିଛି । ଉକ୍ତ କାର୍ଯ୍ୟକ୍ରମରେ ସହସ୍ରାଧିକ ରୋଗୀ କାଢା ସେବନ କରିଥିବାର ସୂଚନା ଦେଇଛନ୍ତି ଉପାଧିକ୍ଷକ ଡା. ବିମଳ କୁମାର ପଣ୍ଡା । ଏଥିରେ କୁକୁଡ଼ାଖଣ୍ଡି , ମସିହାଖଲି , କୃପାସିନ୍ଧୁପୁର , ରାଜହୋଳ, ରତନପୁର, କଙ୍କରୋଡା ଆଦି ଅଞ୍ଚଳର ଜନସାଧାରଣମାନେ ଏହି କାଢାକୁ ସେବନ କରିଛନ୍ତି । ଉକ୍ତ ମାଗଣା କାଢା ବଣ୍ଟନ କାର୍ଯ୍ୟକ୍ରମ ଅତ୍ୟନ୍ତ ଉପାଦେୟୀ ବିଶେଷ ଫଳପ୍ରଦ ହୋଇଥିବାରୁ ସମସ୍ତ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି । ତତସହିତ ଆଗକୁ ଏହି ମହାବିଦ୍ୟାଳୟର ଅନ୍ତର୍ବିଭାଗରେ କାଢା ବଣ୍ଟନ ଜାରିରହିବ ବୋଲି ମହାବିଦୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ା. ବିପିନ ବିହାରୀ ଖୁଣ୍ଟିଆ ମହୋଦୟ ସୂଚନା ଦେଇଛନ୍ତି ।