ରାଜଗାଙ୍ଗପୁର :(ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ସ୍ଥିତ ବାଣ୍ଠୁପଡା ସୁମିତ୍ରା ମ୍ୟାରେଜ ପ୍ୟାଲେସ ଠାରେ ରାଜଗାଙ୍ଗପୁର ସେବା ଦଳ ପକ୍ଷରୁ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରାଜଗାଙ୍ଗପୁର ସେବା ଦଳର ସଭାପତି ଅମରେଶ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ହୋଇଥିଲା । ଏହି ବୈଠକ ରେ ରାଜଗାଙ୍ଗପୁର ସେବାଦଳ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ । ଏହି ବୈଠକ ରେ ରାଜଗାଙ୍ଗପୁର ସେବା ଦଳ ର ବିଭିନ୍ନ ଲୋକ ଅଭିମୁଖୀ କାର୍ଯ୍ୟ ବିଷୟରେ ଆଲୋଚନା କରାଯିବା ସହ କିଭଳି ରାଜଗାଙ୍ଗପୁର ସେବା ଦଳ ରାଜଗାଙ୍ଗପୁର ଲୋକଙ୍କ ସୁବିଧା ଅସୁବିଧା ରେ ପାଖରେ ରହି କାର୍ଯ୍ୟ କରିଛି ତାହା ନେଇ ଆଲୋଚନା କରାଯାଇଥିଲା । ଏହା ସହ ରାଜଗାଙ୍ଗପୁର ସହର ବିଭିନ୍ନ ସମସ୍ୟା, ଯଥା ରାଜଗାଙ୍ଗପୁର ସହର ରେ ରେଲୱେ ଓଭର ବ୍ରିଜ ନିର୍ମାଣ, ମନ୍ଦିରା ଡେମ ଠାରୁ ରାଜଗାଙ୍ଗପୁର ଟାଉନ ପ୍ରଯ୍ୟନ୍ତ କରାଯାଇଥିବା ଜଳ ପ୍ରକଳ୍ପ କାର୍ଯ୍ୟ କୁ ନେଇ ଅଭିଯୋଗ, ରାଜଗାଙ୍ଗପୁର ସହର କୁ ସବ ଡିଭିଜନ ଭାବେ ଘୋଷଣା, ରାଜଗାଙ୍ଗପୁର ରେଲୱେ ଷ୍ଟେସନ ର ନବୀକରଣ ଭଳି ରାଜଗାଙ୍ଗପୁର ସହର ର ଉନ୍ନତି ମୂଳକ କାର୍ଯ୍ୟ ନେଇ ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଙ୍କ 5t ମୁଖ୍ୟ ବି ପାଣ୍ଡିଆନ ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯିବା ସହ ରାଜଗାଙ୍ଗପୁର ସମସ୍ୟା କୁ ଦୃଷ୍ଟିରେ ରଖି ରାଜଗାଙ୍ଗପୁର ସେବା ଦଳ ସବୁବେଳେ ଲୋକଙ୍କ ସହ ରହିବା ନେଇ ରାଜଗାଙ୍ଗପୁର ସେବା ଦଳ ର ସଭାପତି ଅମରେଶ ପଣ୍ଡା ପ୍ରକାଶ କରିଥିଲେ । ଏହା ସହ ରାଜଗାଙ୍ଗପୁର ସହର ରେ କୋଣସି ସମସ୍ୟା ହେଲେ ରାଜଗାଙ୍ଗପୁର ସେବାଦଳ କୁ ଜଣାଇବା ସହ ସହର ରେ ଗାଈ ଗୋରୁ ଙ୍କ ସମସ୍ୟା କୁ ନେଇ ରାଜଗାଙ୍ଗପୁର ସେବାଦଳ ପକ୍ଷରୁ ମୋବାଇଲ ନମ୍ବର ମଧ୍ୟ ଦିଆଯାଇଥିଲା । ଏହି ମୋବାଇଲ ନମ୍ବର ମାଧ୍ୟମ ରେ ଲୋକ ମାନେ ନିଜର ସମସ୍ୟା କୁ ଜଣାଇ ପାରିବେ । ଏହି ବୈଠକ ରେ ରାଜଗାଙ୍ଗପୁର ସହର ର ବିଭିନ୍ନ ୱାର୍ଡ ଓ ଅଞ୍ଚଳ ରୁ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ବୈଠକ ରେ କୁନ୍ଦନ ସିଂ, ଇଫତେକାର ଅହମଦ, ଅମୃସ ବାଖଲା, ଜୟନ୍ତ ମହାନ୍ତି, ପୁଷ୍ପ ଲତା ରବାନି, ବାସୁ ଦେବ ରାଉତ, ଶାନ୍ତି ସା, ଅମୀୟ ରଞ୍ଜନ ଦାସ, କୋଶିକ ସେନ ମଲ୍ଲିକ, ଦିଲୀପ ମିଶ୍ର, ଓ ଅନ୍ୟାନ ସେବା ଦଳର ସଦସ୍ୟ ଉପସ୍ଥିତ ରହିଥିଲେ ।