ରାଜଗାଙ୍ଗପୁର :୦୪।୦୯, (ମନୋଜ ଭୋଳଙ୍କ ରିପୋର୍ଟ)-ରାଜଗାଙ୍ଗପୁର ସହର ରେ ବୃଦ୍ଧି ପାଇଥିବା ଡ୍ରଗ୍ସ କରବାର କୁ ରାଜଗାଙ୍ଗପୁର ପୋଲିସ ଚାଲେଞ୍ଜ କରି ଗତ କିଛି ଦିନ ଭିତରେ ମୁଖ୍ୟ ଅପରାଧୀ ସମେତ ୮ଜଣକୁ ଗିରଫ କରିଥିବା ବେଳେ ସହରେ ଢ଼ାବା ମାନଙ୍କ ରେ ଖୁଲମ ଖୁଲା ମଦ ବିକ୍ରି ହେଉଥିବା ବେଳେ ପ୍ରଶାସନ ର ନୀରବତା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ପରେ ବର୍ତ୍ତମାନ ରାଜଗାଙ୍ଗପୁର ସହରର ପୋଲିସ ଏବେ ଆକ୍ସନ ମୋଡ଼ରେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ମାତ୍ର ୨ଦିନ ଭିତରେ ରାଜଗାଙ୍ଗପୁର ପୋଲିସ ଏହି ଖୁଲମ ଖୁଲା ଢ଼ାବା ରେ ମଦ ବିକ୍ରି ବିରୋଧ ରେ ଆକ୍ସନ ନେଇଛି !ସୂଚନା ଅନୁଯାଇ ଗତ କାଲି ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନଙ୍କ ନେତୃତ୍ୱରେ ସହରରେ ବିଭିନ୍ନ ସ୍ଥାନରେ ଥିବା ଢ଼ାବା ରେ ଅତର୍କିତ ଚଢ଼ାଉ କରାଯାଇ ଥିଲା । ଏହି ଚଢ଼ାଉ ରେ ପୋଲିସ ଢ଼ାବା ଗୁଡିକରୁ ୨୨୪ବୋତଲ (୧୧୩.୮୦ଲିଟର )ବିଦେଶୀ ମଦ ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ୍ୟ ଟଙ୍କା ହେବ ତାହାକୁ ଜବତ କରିଛି । ପୋଲିସ ଅଭିଯୁକ୍ତ ଢ଼ାବା ମାଲିକଙ୍କ ନାମରେ କେଶ ନମ୍ବର ୨୮୭,୨୮୮,୨୮୯,୨୯୦,୨୯୧,୨୯୨ ୟୁ /ଏସ ୫୨(a) । ରେ ମାମଲା ରଜୁ କରିଛି । ରାଜଗାଙ୍ଗପୁର ପୋଲିସର ଏଭଳି କାର୍ଯ୍ୟ କୁ ନେଇ ଜନ ସାଧାରଣରେ ଚର୍ଚ୍ଚା ହେଉଛି ।