ରାଜଗାଙ୍ଗପୁର :(ମନୋଜ ଭୋଳଙ୍କ ରିପୋର୍ଟ)-ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଯୁବ କଂଗ୍ରେସ ତରଫରୁ ଅହେତୁକ ଗ୍ୟାସ ଦର ବୃଦ୍ଧିକୁ ନେଇ ବୁଧୁବାର ଦିନ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସୂଚନା ଅନୁଯାଇ ଗତ କିଛି ମାସ ପୂର୍ବେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅନ୍ୟାନ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି ଘଟିଥିଲା । ଏ ନେଇ କଂଗ୍ରେସ ଓ ଯୁବ କଂଗ୍ରେସ ତରଫରୁ ଆନ୍ଦୋଳନ କରାଯାଇଥିଲା ଏହି ଅହେତୁକ ଦର ବୃଦ୍ଧିକୁ ରୋକାଯିବା ପାଈଁ । ହେଲେ ଏହାର ସ୍ୱଳ୍ପ ସମୟ ନ ବିତୁଣୁ ପୁନଶ୍ଚ ରନ୍ଧନ ଗ୍ୟାସ, ସି ଏନ ଜି, ପି ଏନ ଜି ର ଦର ବୃଦ୍ଧି ଘଟିଛି ।
ଏହି ପରିପେକ୍ଷୀରେ ବୁଧୁବାର ଦିନ ରାଜଗାଙ୍ଗପୁର ସହର ସ୍ଥିତ ରାଣୀବନ୍ଧ ଓଭର ବ୍ରିଜ ଛକ ନିକଟ ରେ ଯୁବ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଏଭଳି କଳା ନୀତି କୁ ନିନ୍ଦା କରାଯାଇଥିଲା । ଏହା ସହ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେଟ୍ରୋଲିଏମ ମନ୍ତ୍ରୀ ଙ୍କ ଫୋଟୋ ଚିତ୍ର କୁ ଦାହ କରାଯିବା ସହ କେନ୍ଦ୍ର ର ଏହି କଳା ନୀତି ବିରୋଧ ରେ ସ୍ଲୋଗାନ ଦିଆଯାଇଥିଲା । ଏହି ବିରୋଧ ପ୍ରଦର୍ଶନ ସୁନ୍ଦର ଗଡ଼ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଲବଟ କିଣ୍ଡୋ ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏହି ବିରୋଧ ପ୍ରଦର୍ଶନ ରେ ଯୁବ କଂଗ୍ରେସ ର ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଥିବା ଦେଖିବାକୁ ମିଳିଥିଲା ।