ଢେଙ୍କାନାଳ,୦୧/୦୯, RWS & S , Dhenkanal Division ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଛୋଟ ବଡ ପ୍ରାୟ ୫୦୦ରୁ ଉର୍ଦ୍ଧ ଠିକାଦାର କାମ କରନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ସମଗ୍ର ଜିଲ୍ଲାର ସମସ୍ତ ପାନୀୟ ଜଳ ପ୍ରକଳ ଯୋଜନାକୁ ଓଡିଶା ବାହାରର ବଡ ବଡ ଠିକା ସଂସ୍ଥା ହାତକୁ ଟେକି ଦିଆଯାଇଛି । ଏହାଯୋଗୁ ଜିଲ୍ଲାରେ କାମ କରୁଥିବା ସମସ୍ତ ଛୋଟ ଠିକାଦାର , କୁଶଳୀ ଏବଂ ଅଣକୁଶଳୀ ଶ୍ରମିକ ମାନେ ନିଜର ରୋଜଗାର ପନ୍ଥା ହରାଇ ବସିଛନ୍ତି । ପରିସ୍ଥିତି ଏପରି ହେଲାଣି ଯେ ନିଜର ପରିବାର ଖର୍ଚ୍ଚ ତୁଲାଇବାକୁ ମଧ୍ୟ କଷ୍ଟ ହୋଇ ପଢିଛି । ୨୦୦୦ ରୁ ଉର୍ଦ୍ଧ ପରିବାରର ସାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛୋଟ ଠିକାଦାରଙ୍କ ପରିବାରକୁ ବଞ୍ଚାଇବାରେ ସାହାଯ୍ୟ କରନ୍ତୁ ନଚେତ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ନିମନ୍ତେ ବାଧ୍ୟ ହେବେ ବୋଲି RWS & S ର ଠିକାଦାର ମାନେ ଚରମ ବାଣୀ ଦେଇଥିଲେ । ଆଜିର ଏହି ବୈଠକରେ ସଭାପତି କମଳକାନ୍ତ ମିଶ୍ର, ରାଜେଶ ପରିଡା, ଅରୁନଦୟ ବିଶ୍ୱାଳ, ନାରାୟଣ ସ୍ୱାଇଁ ଙ୍କ ସମେତ ଅନେକ ଠିକାଦାର ଉପସ୍ଥିତ ଥିଲେ ।