ରେଖା ପଞ୍ଚମୀ ଥିବାରୁ ବଳଦେବଜୀଉ ଙ୍କର ବିଶେଷ ପୁଜାର୍ଚନା

ଢେଙ୍କାନାଳ:୨୭/୦୮, ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଆଜି ରେଖାପଞ୍ଚମୀ ଅବସରରେ ବିଶେଷ ପୁଜାର୍ଚନା କରାଯାଇଥିଲା । ପ୍ରାତଃରୁ ମଙ୍ଗଳ ଆଳତି ,ମହାସ୍ନାନ, ନୂତନବସ୍ତ୍ର ପରିଧାନ, ଫୁଲହାର ,ତୁଳସୀ ମାଳ ସହ ଆଳତି କରାଯାଇଥିଲା । ବଲଃବ ଭୋଗ ବଳଦେବଜୀଉଙ୍କ ଠି ଲାଗିକରାଯାଇଥିଲା । ଖେଚେଡ଼ି ଧୂପ ପୂର୍ବରୁ ରାହୁ ରେଖା ଠାକୁରଙ୍କୁ ଲାଗି କରାଯାଇଥିଲା । ଏହାପରେ ଖେଚେଡ଼ି ଧୂପ ,ଭୋଗ ଲାଗି ହୋଇଥିଲା । ମଧ୍ୟାର୍ଣ୍ଣ ରେ ଅର୍ଣ୍ଣଧୂପ, ସନ୍ଧ୍ୟାବେଳେ ଆଳତି, ରାତ୍ର ଧୂପ ହୋଇ ପହଡ଼ ପଡିଥିଲା । ପୂଜାପଣ୍ଡା ମଳୟ କରଙ୍କ ଦ୍ୱାରା ପୁଜାର୍ଚନା କରାଯାଇଥିଲା । ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିରର ଜିମଦର ବସନ୍ତ ରଥଙ୍କ ତତ୍ୱବାଧାନରେ ଏହି ପୂଜାବିଦ୍ଧି ସମ୍ପୂର୍ଣ ହୋଇଥିଲା ।