ଢେଙ୍କାନାଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ

ଢେଙ୍କାନାଳ,୨୬/୦୮, (ଶୁଭମ୍ ପାଣିଙ୍କ ରିପୋର୍ଟ) ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳରେ ଗଣେଶ ପୂଳା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁପାଳନ ପୂର୍ବକ ପୂଜା ଅନୁଷ୍ଠାନ ନିମନ୍ତେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ଭାଇ ଚାରା ରେ ସମାପନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ଦିନ ଗଣେଶ ପୂଜା ଆରମ୍ଭ ହୋଇ ୧୨ ତାରିଖ ରବିବାର ଦିନ ଭସାଣି ଅନୁଷ୍ଠିତ ହେବ । ସରକାରଙ୍କ କୋଭିତ ପ୍ରୋଟୋକଲ ମାନି ପୂଜା ଅନୁଷ୍ଠାନ କରାଯିବ । ପୂଜା ମଣ୍ଡପକୁ ସମ୍ମୁଖ ଭାଗକୁ ଛାଦି ତିନି ପାଖ ଆବଦ୍ଧ କରାଯିବ । ସମୁଖ ଭାଗକୁ ମଧ୍ୟ ପରଦା ଦ୍ବାରା ଆବଦ୍ଧ ରଖାଯିବ । ମଣ୍ଡପରେ ମୂର୍ତ୍ତି ୪ ଫୁଟ ଉଚ୍ଚତା ବିଶିଷ୍ଠ ହେବ । ପୂଜା ସମୟରେ ପୂଜକ ଏବଂ କର୍ମକର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ କଣ ବ୍ୟକ୍ତି ଉପସ୍ଥିତ ରହିପାରିବେ , ସମସ୍ତେ ନିଶ୍ଚିତ ଭାବେ ମାସ୍କ ପରିଧାନ , ସାମାଜିକ ଦୂରତା ପାଳନ ସହିତ ପରିଷ୍କାର ପରିଛନ ପ୍ରତି ଯତ୍ନବାନ ହେବେ । ପୂଜା ମଣ୍ଡପରେ ସର୍ବସାଧାରଣ ମୂର୍ତ୍ତି ଦର୍ଶନ କରିବାକୁ ବାରଣ କରାଯାଇଛି । ପୂଜା ମଣ୍ଡପରେ ଯେପରି ଜନଗହଳି ନ ହୁଏ , ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ଗମାନଙ୍କୁ ପରାମର୍ଶ ଦେଇଛନ୍ତି ।

ପୂଜା ମଣ୍ଡପରେ କୌଣସି ପ୍ରକାରର ଡାକ ବାଜି ଯନ୍ତ୍ର ବ୍ୟବହାର ହେବ ନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ନାହିଁ ବୋଲି ନିଷ୍ପରି ହୋଇଛି । ପୂଜା ମଣ୍ଡପରେ କୌଣସି ପ୍ରକାରର ଭୋଜି ଭାତର ଆୟୋଜନ କରାଯିବ ନାହିଁ । କରୋନାର ତୃତୀୟ ଲହରରେ ପିଲାମାନେ ଅଧୁକ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ପୂଜା ସମୟରେ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧୁକ ଯତ୍ନଶୀଳ ହେବାକୁ ଅନୁରୋଧ କରାଯାଇଛି । ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ କରାଯାଇ ମୂର୍ତ୍ତି ବିସର୍ଜନ ନିମନ୍ତେ ବ୍ୟବସ୍ଥା କରାଯିବ । ମୂର୍ତ୍ତି ବିସର୍ଜନ ସମୟରେ ମଧ୍ୟ କୌଣସି ପ୍ରକାର ଶୋଭାଯାତ୍ରା , ମାଇକ ଦ୍ବାରା ବାଦ୍ୟ , ଗୀତ ଆଦି ପରିବେଷଣ କରାଯିବ ନାହିଁ ବୋଲି ବୈଠକରେ ନିଷ୍କରି ହୋଇଛି । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ପୌର ନିର୍ବାହୀ ଅଧୁରୀ ଶ୍ରୀ ଅତନୁ କୁମାର ସାମନ୍ତ , ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ଶ୍ରୀ ସୁଧାଶୁ କୁମାର ଦଳେଇ , ସମ୍ପାଦକ ଶ୍ରୀ ବିଶ୍ବନାଥ ବେହେରା , କାର୍ଯ୍ୟ କାରୀ ସମ୍ପାଦକ ଶ୍ରୀ ଶରତ କୁମାର ସାହୁଙ୍କ ସମେତ ସମସ୍ତ ମୂର୍ତ୍ତି ପ୍ରତିଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।