ଚୋର ମୁହଁ ଟାଣ : ବେଶି ହେଲେ ବଦଳି ହେବ କହି ଆସ୍ୱସ୍ଥିରେ ସମ୍ପୃକ୍ତ ଅଧିକାରୀ !

ମୁନିଗୁଡା,୨୬।୦୮, (ସିଦ୍ଧାର୍ଥ ଦାସ) ବିନା ନାମ ଫଳକ ରେ ଚାଲିଛି ମୁନିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ । କାର୍ଯ୍ୟାଳୟ ର ରକ୍ଷଣା ବେକ୍ଷଣ ଏବଂ ଏଠାକାର ପରିବେଶ ଦେଖି ଯେ କେହି ବି ସାଧାରଣ ରେ ଅନୁମେୟ କରି ପାରୁଥିବେ ଯେ କିପରି ଚାଲିଛି ମୁନିଗୁଡା ବ୍ଲକ ଆଦିବାସୀ ଉନ୍ନୟନ ସଂସ୍ଥା ର କାର୍ଯ୍ୟ । ଏଠାରେ ଡ଼େପୁଟେସନ ରେ ଥିବା ଅଧିକାରୀ ମୋହଦୟ କେବେ ନିଜ କାର୍ଯ୍ୟସ୍ଥଳିକୁ ନ ଯାଇ ଗୁଣପୁର ରେ ରହି କିଭଳି ଆଦିବାସୀ ଙ୍କ ନିମନ୍ତେ ବିକାଶ କରି ପାରିବେ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିବାସୀ , ହରିଜନ ଏବଂ ଜନଜାତି ବର୍ଗ ର ବିକାଶ ନିମନ୍ତେ ଓଡିଶା ର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରୟାସ କରୁଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଅଧିକାରୀ ତାହାକୁ ବାଟ ମାରଣା କରୁଥିବା ଖବର ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ଏଭଳି କାର୍ଯ୍ୟର କିଛି ଫୋଟ ଏବଂ ଭିଡିଓ ଆମ୍ଭର ହସ୍ତଗତ ହୋଇଛି ।

ଏହାର ସତ୍ୟତା ନେଇ ଆମ୍ଭ କାର୍ଯ୍ୟାଳୟ ପକ୍ଷରୁ ଖୋଳ ତାଡ଼ କରିବା ପରେ ସମ୍ପୂର୍ଣ୍ଣ ରହସ୍ୟ ର ବିବରଣୀ ମଧ୍ୟ ହସ୍ତଗତ ହୋଇଛି ଯାହାକି ଆପଣଙ୍କ ସାମ୍ନା ରେ ରଖିବୁ । ପରବର୍ତ୍ତୀ ସମୟରେ ଏନେଇ ସବିଶେଷ ତଥ୍ୟ ସହ ଖବର ପ୍ରକାଶ କରିବୁ । କାହିଁକି ନା ଏଥିରେ ସମ୍ପୂର୍କ୍ତ ଅସାଧୁ କର୍ମକର୍ତ୍ତା ” ଆମ୍ଭର କଣ ହେବ ବେସି ହେଲେ ବଦଳୀ ହେବ ” କହୁଥିବା ଚର୍ଚ୍ଚା ହେଉଛି । ଆମ୍ଭେ ବଦଳୀ ନୁହଁ କାର୍ଯ୍ୟାନୁଷ୍ଠାନ ଚାହୁଁ । ଚୋରମୁହଁ ଟାଣ ର ଉଚିତ ଜବାବ ଆଶା କରୁ । ଆମ୍ଭଙ୍କୁ ଖବର ଯୋଗାଇ ଥିବା ସହୃଦୟ ପାଠକ ଙ୍କୁ ନିରାଶ କରିବା ଆମ୍ଭେ ଚାହୁଁନା । ଆମେ ଚାହୁଁ ତଥ୍ୟ ଓଗାଳିବା । ଏନେଇ ସମ୍ପୃକ୍ତ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିବା ସତ୍ୱେ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗାମୀ ଅଧ୍ୟାୟ ରେ ଏହି ଖବର ଗୁଡିକର ପର୍ଦ୍ଧାଫାସ ନିମନ୍ତେ ୱାଚ୍ କରୁଥାଆନ୍ତୁ ଆମର ୱେବ ସାଇଟ କୁ ।