ଯୁବଶକ୍ତି ସ୍ୱେଚ୍ଛାସେବୀ ସଂଗଠନ ଓ ନରେନ୍ଦ୍ରପୁର ଯୁବକ ସଂଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ,୨୫।୦୮, (ଶୁଭମ୍ ପାଣିଙ୍କ ରିପୋର୍ଟ) “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ଓ ନରେନ୍ଦ୍ରପୁର ଯୁବକ ସଂଘ ପକ୍ଷରୁ କୁଶୁପଙ୍ଗା ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ୬୧ ଉନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ, ସମ୍ମାନିତ ଅତିଥି ମେରାମଣ୍ଡଳୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଗୁଞ୍ଜନ ନାୟକ ଯୋଗଦାନ ଦେଇ କହିଥିଲେ, ରକ୍ତଦାନ ମହାପୁଣ୍ୟ ଆମେ ପ୍ରତି ତିନି ମାସରେ ଥରେ ଲେଖାଏଁ ରକ୍ତଦାନ କରିବା ଉଚିତ୍ ଏହା ଦ୍ଵାରା ଆମେ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହିଥାନ୍ତି ଏବଂ ରକ୍ତ ଭଣ୍ଡାର ଗୋଡ଼ିକ ରେ ସବୁବେଳେ ଦେଖା ଦେଇଥିବା ରକ୍ତ ଅଭାବ କୁ ମଧ୍ୟ ଆମେ ଦୂର କରିଥାନ୍ତି,

ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା କହି ବକ୍ତବ୍ୟ ଶେଷ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୁଶୁପଙ୍ଗା ସରପଞ୍ଚ ପଙ୍କଜ ପ୍ରଧାନ, ଟାଟା ଷ୍ଟିଲ ସି.ଏସ.ଆର, ଦିବେଶ ରାୟ, ଆଶୁତୋଷ ଦାସ ସମାଜସେବୀ ବିରଞ୍ଚି ନାୟକ, ମୁନା ନାୟକ, ଚନ୍ଦନ କୁମାର ମିଶ୍ର, ଭିବାରାଣୀ ପାତ୍ର, ମିଡ଼ିଆ ପ୍ରତିନିଧି ନବ କିଶୋର ସାହୁ, ଜଳଧର ସ୍ୱାଇଁ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ