କମ ଦିନରେ ଜେ.ଏସ.ଡ଼ବ୍ଲୁ ସିମେଣ୍ଟ ସ୍ଥାନୀୟ ଲୋକଙ୍କ ଜିତିଲା ବିଶ୍ୱାସ ଜେ.ଏସ.ଡ଼ବ୍ଲୁର ଜନ ଶୁଣାଣି ହେଲା ସଫଳ

ରାଜଗାଙ୍ଗପୁର : (ମନୋଜ ଭୋଳଙ୍କ ରିପୋର୍ଟ) ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର କୁତ୍ରା ବ୍ଲକ ଅନ୍ତର୍ଗତ ଜେ ଏସ ଡ଼ବ୍ଲୁ ସିମେଣ୍ଟ ର ଆଜି ହୋଇଥିବା ଜନ ଶୁଣାଣି ସଫଳ ହୋଇଛି । ପ୍ରାପ୍ତ ସୂଚନା ଅନୁଯାଇ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁର ବାହାଲ ଠାରେ ଜେ ଏସ ଡ଼ବ୍ଲୁ ପ୍ରଦ୍ୟୁଷଣ ଓ ଚୂନ ପଥର ଖଣି ବିସ୍ତାର ପାଈଁ ଜମି ଅଧି ଗ୍ରହଣ ନେଇ ଏକ ବିରାଟ ଜନଶୁଣାଣି ହୋଇଥିଲା । ସେଠାରେ ସ୍ଥାନୀୟ ଲୋକଙ୍କ ଜେ ଏସ ଡ଼ବ୍ଲୁ ର ସ୍ଥାନୀୟ ଅଞ୍ଚଳ ର ଉନ୍ନତି କରଣ କୁ ଦେଖି ଜନଶୁଣାଣି ଆସିଥିବା ସ୍ଥାନୀୟ ଲୋକଙ୍କ ମତ ଜେ ଏସ ଡ଼ବ୍ଲୁ ସପକ୍ଷ ରେ ହୋଇଥିଲା ।

ଏହି ଜନଶୁଣାଣି ରେ ଏ ଡି ଏମ ସୁନ୍ଦର ଗଡ଼, ଉପ ଜିଲ୍ଲା ପାଳ ଅଭିମୁନ୍ୟ ବେହେରା, ସ୍ଥାନୀୟ ତସିଲ ଦାର ସହ ଏଡିସ ନାଲ ଏ ସି ପି, କୁତ୍ରା ଆଇ ଆଇ ସି, ରାଜଗାଙ୍ଗପୁର ଆଇ ଆଇ ସି, ସୁନ୍ଦର ଗଡ଼ ଜିଲ୍ଲା ଡି ଏସ ପି ଗୋକୁଳା ନନ୍ଦ ସାହୁ ସହ ୮ ବାଟାଲିଅନ ଫୋର୍ସ ଉପସ୍ଥିତି ରେ ଜନଶୁଣାଣି ହୋଇଥିଲା । ଖବର ଲେଖା ହେବା ସମୟରେ ଏହି ଜନ ଶୁଣାଣି ସଫଳ ହୋଇ ଥିବା ନେଇ ଜଣା ପଡିଛି !