ସିଂହ ସଂକ୍ରାନ୍ତି ଥିବାରୁ ମା ତାରିଣୀଙ୍କ ବିଶେଷ ପୂଜାର୍ଚ୍ଚନା

ଢେଙ୍କାନାଳ,୧୯/୦୮(ଶୁଭମ ପାଣି): ଢେଙ୍କାନାଳର ଗାନ୍ଧୀ ମନ୍ଦିର ରୋଡ଼ସ୍ଥିତ ମା ତାରିଣୀଙ୍କ ପୀଠରେ ସିଂହ ସଂକ୍ରାନ୍ତୀ ପାଇଁ ବିଶେଷ ପୁଜାର୍ଚନା ଅନୁଷ୍ଠିତ ହୋଇଯାଇଥିଲା । ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନବସ୍ତ୍ର ପରିଧାନ, ଫୁଲହାର, ଦୀପ ଧୂପ ଝୁଣା ଦିଆଯାଇ ପୁଜାର୍ଚନା କରାଯାଇଥିଲା । ମଧ୍ୟାର୍ହଁ ରେ ହୋମଯଜ୍ଞ ପଣା ଲାଗି କରାଯାଇଥିଲା ।ସନ୍ଧ୍ୟା ବେଳେ ଆଳତି ଓ ରାତ୍ରରେ ମା ଙ୍କର ପହଡ଼ ପଡିଥିଲା ।