ବିଦ୍ୟୁତ କର୍ମଚାରୀ ମାନଙ୍କ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଜଗାଙ୍ଗପୁର :(ମନୋଜ ଭୋଳ) ଗତ କାଲି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁର ବାହାଲ ଅଞ୍ଚଳ ରେ ବିଦ୍ୟୁତ କର୍ମଚାରୀ ମାନଙ୍କୁ ମାଡ଼ ମାରିବା ଘଟଣା କୁ କେନ୍ଦ୍ର କରି ବିଦ୍ୟୁତ କର୍ମଚାରୀ ମାନଙ୍କ ପକ୍ଷରୁ ଆଜି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ମାନଙ୍କ ପକ୍ଷରୁ ଧାରଣା ଦିଆଯାଇଥିଲା । ଘଟଣା ରୁ ପ୍ରକାଶ ଯେ ଗତ କାଲି ରାଜଗାଙ୍ଗପୁର ବିଦ୍ୟୁତ ବିଭାଗ ପକ୍ଷରୁ କୁତ୍ରା ବ୍ଲକ ଅନ୍ତର୍ଗତ ଖତକୁର ବାହାଲ ଗ୍ରାମରେ ବିଦ୍ୟୁତ ଚେକିଙ୍ଗ ଚାଲିଥିବା ବେଳେ ସେ ସ୍ଥାନରେ ଗ୍ରାମର କିଛି ଅସାମାଜିକ ଲୋକ ଆସି ବିଦ୍ୟୁତ କର୍ମଚାରୀ ଙ୍କୁ ଧମକ ଦେବା ସହ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ଓ ଗାଡି ଭଙ୍ଗା ରୁଜା କରିଥିଲେ । ଫଳରେ ଏ ଘଟଣା ରେ ବିଦ୍ୟୁତ ବିଭାଗ ର 6ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି ।

ଏହା ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରି ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କ ପକ୍ଷରୁ ରୁ ଧାରଣା ଦିଆଯାଇଥିଲା । ଏ ନେଇ ବିଦ୍ୟୁତ ବିଭାଗ ଏସ ଡି ଓ ଆନନ୍ଦ କୁମାର ମିଶ୍ର ଙ୍କୁ ପଚାରିବାରୁ ବିଦ୍ୟୁତ କର୍ମଚାରୀ ମାନେ ଗ୍ରାମାଞ୍ଚଳ ହେଉ ବା ପୌରାଞ୍ଚଳ ହେଉ ସେଠାକୁ ଯାଇ କାର୍ଯ୍ୟ କରୁଥିବା ବେଳେ ଏଭଳି ଘଟଣା କର୍ମଚାରୀଙ୍କ ମାନଙ୍କୁ ଭୟ ଭିତ କରୁଥିବା ବେଳେ ଏ ନେଇ ଥାନା ରେ ଲିଖିତ ଅଭିଯୋଗ ସହ ବିଭାଗୀଏ ଉଚ୍ଚସ୍ତରୀୟ ଅଫିସର ଙ୍କୁ ଜଣା ଯାଇଛି ଓ ଏହା ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।