ଢେଙ୍କାନାଳ : ଜିଲ୍ଲା ଆଇନ୍ ସେବାପ୍ରାଧିକରଣ ଦ୍ଵାରା ତାଲିମ ଶିବିର

ଢେଙ୍କାନାଳ, ୧୩/୦୮, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ , ଢେଙ୍କାନାଳ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ଅନଲାଇନ୍ ମାଧ୍ୟମରେ ପ୍ୟାନେଲ ଲିୟର ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ଆଇନ୍ ସେବା ପ୍ରଧିକାରଣର ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ମାନ୍ୟବର ସୁପ୍ରିମ କୋର୍ଟଙ୍କ ଗିରଫ ଆଇନର ବିଭିନ୍ନ ଚୁଡାନ୍ତ ରାୟ ବିଷୟ ରେପ୍ୟାନେଲ ଲୟର ମାନଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ କାର୍ଯ୍ୟ ଏବଂ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ନିଜର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ରଞ୍ଜନ କୁମାର ମିଶ୍ର ପ୍ୟାନେଲ ଲୟର ଜିଲ୍ଲା ଆଇନ୍ ସେବା ପ୍ରଧିକରଣ ର ସମ୍ମୁଖ କାର୍ଯ୍ୟାଳୟ ଏବଂ ଏହାର କାର୍ଯ୍ୟକାରିତା ବିଷୟରେ ଆଲୋକପାତ କରିଥିଲେ । ଏହି ଶିବିରରେ ସଞ୍ଜୟ କୁମାର ମିଶ୍ର , ବିଧୂଷଣସାହୁ , ସଜିତିସାହୁ , ମଳୟ ପାଣିଗ୍ରାହି , ହରେକୃଷ୍ଣ ଦାଶ , ମାନସୀ ମହାପାତ୍ର , ରଞ୍ଜନ କୁମାର ନାଏକ ପ୍ରମୁଖ ପ୍ୟାନେଲ ଲିୟର ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।