ଡାଲମିଆ ସିମେଣ୍ଟ କମ୍ପାନୀ ରେଲୱେ ଗେଟ ସମ୍ମୁଖରେ ରାଜଗାଙ୍ଗପୁର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଧାରଣା

ରାଜଗାଙ୍ଗପୁର :(ମନୋଜ ଭୋଳ) ଦିନକୁ ଦିନ ଅହେତୁକ ତେଲ ଦର ବୃଦ୍ଧି ଟ୍ରକ ମାଲିକ ଙ୍କ ପାଇଁ ଚିନ୍ତା ର ବିସୟ ସାଜିଥିବା ବେଳେ ଅନ୍ୟ ପଟେ କମ୍ପାନୀ ନିଜର ଭଡା ବୃଦ୍ଧି କରୁନଥିବା ବେଳେ କମ୍ପାନୀ ଓ ଟ୍ରକ ମାଲିକ ସଙ୍ଘ ମଧ୍ୟ ରେ ଅସନ୍ତୋଷ ଦେଖା ଦେଉଛି । ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ଓ ଟ୍ରକ ମାଲିକ ସଙ୍ଘ ମଧ୍ୟ ରେ ଥିବା ଏହି ଅସନ୍ତୋଷ ଉଗ୍ର ରୂପ ନେଇ ଥିବା ବେଳେ ରାଜଗାଙ୍ଗପୁର ଟ୍ରକ ମାଲିକ ସଙ୍ଘ ତରଫରୁ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ରେଲୱେ ଗେଟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସୂଚନା ଅନୁଯାଇ ଟ୍ରକ ମାଲିକ ସଙ୍ଘ ର ଅଭିଯୋଗ ରହିଛି ଯେ ତେଲ ଦର ବୃଦ୍ଧି ହୋଇଥିବା ବେଳେ କମ୍ପାନୀ ଭଡା ବୃଦ୍ଧି କରୁନାହିଁ । ଏହା ଛଡା କମ୍ପାନୀ ବାହାର ଟ୍ରାନ୍ସପୋର୍ଟଙ୍କ ସହ ମିଶି ମାଲ ପାରିବହନ କଡୁଥିବା ବେଳେ ରାଜଗାଙ୍ଗପୁର ସହର ର ଟ୍ରାନ୍ସପୋର୍ଟଙ୍କୁ ଅଣ ଦେଖା କରୁଛି । କମ୍ପାନୀ ଦୁଇଟି ନିଦ୍ଧିଷ୍ଟ ଟ୍ରାନ୍ସପୋର୍ଟ ଓ ଡିଜେ ଟ୍ରାନ୍ସପୋର୍ଟ ସହ ହାତ ମିଶାଇ ନିଜର ମାଲ ପରିବହନ କରୁ ଅଛି ।

ଫଳରେ ଏଠାକାର ମାଲିକ ଙ୍କ ଗାଡି ଗୁଡିକ ଠିଆ ହୋଇ ରହୁଛି ଫଳରେ ସେମାନେ କ୍ଷତି ସହୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଡାଲମିଆ ସିମେଣ୍ଟ କାରଖାନା ରେଲୱେ ଗେଟ ସମ୍ମୁଖରେ ଟ୍ରକ ମାଲିକ ସଙ୍ଘ ତରଫରୁ ଧାରଣା ଦିଆ ଯାଇ ଥିଲା । ରାଜଗାଙ୍ଗପୁର ପୋଲିସ ଧାରଣା ସ୍ଥଳ ରେ ପହଁଚି ବା ପରେ ବୁଝା ସୁଝା କରିବା ସହ ସନ୍ଧ୍ୟା ରେ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ସହ ଆଲୋଚନା କରିବାକୁ କହିବା ପରେ ଏହି ଧାରଣା ରୁ ସଙ୍ଘ ର ସଦସ୍ୟ ମାନେ ଓହରିଥିବା ଜଣା ପଡିଛି । ଏହି ଧାରଣା ରେ ପୂର୍ବତନ ଟ୍ରକ ମାଲିକ ସଙ୍ଘ ଜେନେରାଲ ସେକ୍ରେଟାରୀ ମନୋଜ ବାଙ୍କା,ପୂର୍ବତନ ଟ୍ରକ ମାଲିକ ସଙ୍ଘ ସଭାପତି ରାକେଶ ନନ୍ଦା, ବର୍ତ୍ତମାନ ର ଟ୍ରକ ମାଲିକ ସଙ୍ଘ ରାମଜୀ ପ୍ରସାଦ, ଟ୍ରକ ମାଲିକ ସଙ୍ଘ ସଭାପତି ରାଜେଶ ଶର୍ମା, ଓ ଅନ୍ୟାନ ଟ୍ରକ ମାଲିକ ସଙ୍ଘ ସଦସ୍ୟ ଙ୍କ ଉପସ୍ଥିତି ରହିଥିଲା ।