ଢେଙ୍କାନାଳ, ୧୨/୦୮/ ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଭାପୁର ନୁଆସାହି ଲିଫ୍ଟ ଇରିଗେଶନ ପଏଣ୍ଟ ଟି ଦୀର୍ଘ ବର୍ଷ ଧରି ଅଚଳ ଅବସ୍ଥା ରେ ପଡିରହିଥିଲା ଦ୍ୱାରା ଏହି ଅଂଚଳର ବୃହତ ଚାଷୀ ଠାରୁ ଆରମ୍ଭ କରି କ୍ଷୁଦ୍ର ଚାଷୀ ପର୍ଯ୍ୟନ୍ତ ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ।ଏହି ଘଟଣାଟି ଢେଙ୍କାନାଳର ମାନ୍ୟବର ବିଧାୟକ ସୁଧୀର କୁମାର ସାମଲ ଏହି ଗ୍ରାମ ଅନ୍ତର୍ଗତ ଚାଷୀ ଭାଇ ମାନଙ୍କଠାରୁ ସମସ୍ୟା ଜାଣିବା ପରେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ମରାମତି ପାଇଁ ଜଣାଇଥିଲେ, ଯାହାର ଫଳ ସ୍ୱରୂପ ଆଜି ତାର କାମ ଆରମ୍ଭ ହୋଇଯାଇଛି ।
ଏହାଦ୍ୱାରା ଅଂଚଳର ସମସ୍ତ ଚାଷୀ ଉପକୃତ ହେଉଛନ୍ତି ।ମାନ୍ୟବର ବିଧାୟକଙ୍କର ଏଭଳି ତତ୍ କ୍ଷଣାତ ପଦକ୍ଷେପ ପାଇଁ ଅଂଚଳ ବାସୀ ମାନ୍ୟବର ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ଯୁବ ନେତା ଶୁଭ ପ୍ରସାଦ ପଣ୍ଡା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।