ବାଣପୁର,୨୪/୦୬: ବାଣପୁର ଏନ.ଏ.ସି ଅନ୍ତର୍ଗତ ବିଧାରପୁର ଛକ ନିକଟସ୍ଥ ଦୀର୍ଘଦିନ ଧରି ଜଳ ସମସ୍ଯା ଲାଗି ରହିଥିଲା ସାମାନ୍ୟ ବର୍ଷାରେ ଫୁଟେ ଉଚ୍ଚର ପାଣି ଜମି ରହୁଥିଲା ଏବ॰ ଏହି ରାସ୍ତା ଦେଇ ବିଭିନ୍ନ ବିଭାଗର କର୍ମଚାରୀ ମାନେ ଯିବାଆସିବା କରୁଥିଲେ ମଧ୍ୟ କାହାର ଦ୍ରୁଷ୍ଟି ଗୋଚର ହେଉନଥିଲା । ଜଳ ନିଷ୍କାସନ ଓ ନର୍ଦମା ଜନିତ ସମସ୍ୟା ନେଇ ଆଜି ବିପ୍ଳବ ନ୍ୟୁଜରେ ଖବର ପ୍ରସାରଣ ପାଇବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଅଧିକାରୀ ମାନଙ୍କ ତତ୍ପରତା ପ୍ରକାଶ ପାଇଛି । ଯଦ୍ୱାରା ସଂଧ୍ୟାସୁଦ୍ଧା ଏହାର ନିରାକରଣ ଓ ନିଷ୍କାସନ ସହିତ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଯିବାରେ ସର୍ବସାଧାରଣରେ ଆଶ୍ୱସ୍ଥି ପ୍ରକାଶ ପାଇଛି । ଏହିପରି ତତ୍ପରତା ପ୍ରକାଶ କରି ଅଧିକାରୀ ମାନେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ବୋଧ ହୋଇଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।