ସୋରଣରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

କାଳୁପଡ଼ା ଘାଟ:-୨୦/୦୬(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଦି ବ୍ଲଡ଼ ଡୋନର୍ସ ଓଡିଶା ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଭୟଙ୍କର ଭାବେ ସମସ୍ତେ ରହିଥିବା ବେଳେ କେତେ ମୂଲ୍ୟବାନ ଧନ ଜୀବନ କ୍ଷତି ଘଟୁଛି । ଏପରିକି କେଉଁଠି ରକ୍ତର ଅଭାବ ରହିଛି ତ ପୁଣି କେଉଁଠି ଅକ୍ସୀଜେନ ର ଅଭାବ ଦେଖାଦେଇଛି କିନ୍ତୁ ଏସବୁକୁ ନଜରରେ ରଖି ସ୍ଥାନୀୟ ସ୍ବେଚ୍ଛାସେବୀ ମାନେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କରି ଅଞ୍ଚଳରେ ଏକ ମୂଲ୍ୟବାନ ବାର୍ତ୍ତା ସମାଜକୁ ଦେଇଛନ୍ତି।

ଏହି ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ମୁଖ୍ୟ ଲାବୋରିଟେରି ଟେକ୍ନିସିଆନ ଅରୁଣ ସାହୁ ଏବଂ ଡଃ ସୌରଭ ରାୟ ମଧ୍ୟ କହିଥିଲେ କି ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ଆମେ ରକ୍ତ ଦାନ ମହତ ଦାନ ସେବା କରି ଅନ୍ୟର ଜୀବନ ବଞ୍ଚେଇବା ସହ ୟେ ମହାମାରୀ ଠାରୁ ବିଜୟଲାଭ କରିବା।ସେହିଭଳି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଖୋର୍ଦ୍ଧା ଜିଲ୍ଲା ସେବା ପ୍ରମୁଖ ସୁକାନ୍ତ ବେହେରା ମତବ୍ୟକ୍ତ କରିଥିଲେ କି ସାରା ଦେଶ ୟେ ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ମରଣର ଦୋଛକିରେ ଲଢେଇ କରୁଥିବା ବେଳେ ଆମେ ଏ ରକ୍ତଦାତା ଶିବିର ଆୟୋଜନ କରିବା ନିଶ୍ଚିତ ଭାବରେ ଫଳପ୍ରଦ ହୋଇପାରିବ।ସେହିଭଳି ଦ ବ୍ଲଡ଼ ଡୋନର୍ସ ଓଡ଼ିଶାର ରାଜ୍ୟ ସଭାପତି ଅଧ୍ୟାପକ ରଞ୍ଜନ ମହାପାତ୍ର କହିଛନ୍ତି କି ୟେ ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଯୁବ ସମାଜ ରକ୍ତଦାନ କରିବାକୁ ଆଗେଇ ଆସନ୍ତୁ।

ଦଳମତ ନିର୍ବିଶେଷରେ ସମସ୍ତେ ରକ୍ତଦାତା ସାଜିବା ଏବଂ ଅନ୍ୟର ଜୀବନକୁ ବଞ୍ଚେଇ ଖୁସି ଅନୁଭବ କରିବା ସହ ୟେ ମହାମାରୀ ଯୁଦ୍ଧର ଦ୍ଵିତୀୟ ଲହରୀ କୁ ଆମେ ସତର୍କ ହୋଇ ନିଶ୍ଚିତ ଭାବରେ ବିଜୟ ଲାଭ କରିବା।ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନରେ ନକୁଳ ବେହେରା,ସନ୍ତୋଷ ସାହୁ,ତପନ ସାହୁ,ଶୁଶାନ୍ତ ବେହେରା,ଶୁଧାଂଶୁ ବେହେରା, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡାଟା ଏଣ୍ଟ୍ରି ଅପରେଟର ଅମିତା ନାୟକ ପ୍ରମୁଖ ସହଯୋଗ ରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ସମସ୍ତ କାର୍ଯ୍ୟକ୍ରମ ସାମାଜିକ ଦୂରତ୍ୱ ରକ୍ଷା ସହ କୋଭିଡ କଟକଣା ନିୟମ ଅନୁଯାୟୀ ସଫଳ ହୋଇଥିବାରୁ ଦ ବ୍ଲଡ଼ ବ୍ୟାଙ୍କ ଓଡ଼ିଶାର ରାଜ୍ୟ ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।