ରାଶିଫଳ (ମଙ୍ଗଳବାର) ସେପ୍ଟେମ୍ବର ୨୯ ତାରିଖ ୨୦୨୦

ଆଶ୍ଵିନ (କନ୍ୟା) ସେପ୍ଟେମ୍ବର ୨୯ ତାରିଖ ୨୦୨୦
ମେଷ – ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ଭଲହେବ।
ବୃଷ – ବ୍ୟୟ ବୃଦ୍ଧି ଘଟିପାରେ। ସତର୍କ ରହି ଖର୍ଚ୍ଚ କରନ୍ତୁ। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ।
ମିଥୁନ – ଆଜି ଆପଣଙ୍କର ଘାତଚନ୍ଦ୍ର ରହିଛି। ଚନ୍ଦନ ଗଛର ମୂଳକୁ ବାହୁରେ ଧାରଣ କରନ୍ତୁ ଲାଘବ ହେବ।
କର୍କଟ – ଧନକ୍ଷୟ ହେବାର ଯୋଗ ରହିଛି। ସହଯୋଗ କମ ମିଳିବ। ଶରୀର ସୁସ୍ଥ ରହିବ।
ସିଂହ – ବନ୍ଧୁ ମିଳନ ଘଟିପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆୟ ଠିକ ହୋଇପାରେ।
କନ୍ୟା – କ୍ରୋଧ ବୃଦ୍ଧି ଘଟିବ। ଆୟ ସ୍ଥିର ରହିବ। ସହଯୋଗ ମିଳିବ।
ତୁଳା – ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଆୟ କମ ହେବ। ମନ ଆନ୍ଦୋଳିତ ହୋଇପାରେ।
ବିଛା – ଭୟଭୀତ ହୋଇପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
ଧନୁ – କାର୍ଯ୍ୟରେ ଉନ୍ନତି ଘଟିବ। ଆୟ ଭଲ ହୋଇପାରେ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମକର – ପରାଧୀନ ରହି କାର୍ଯ୍ୟ କରିବେ। ମନ ସାମାନ୍ୟ ଅସ୍ଥିର ହେବ। ଆୟ ଠିକ ରହିବ।
କୁମ୍ଭ – ଶ୍ରୀଚନ୍ଦ୍ର ରହିଛି। ଦିନଟି ଉତ୍ତମ ଫଳ ଦାୟକ ହୋଇପାରେ।
ମୀନ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ହନୁମାନ ଚାଳିଶ ପାଠ କରନ୍ତୁ ଲାଘବ ହେବ।