ରାଶିଫଳ (ବୁଧବାର) ସେପ୍ଟେମ୍ବର ୯ ତାରିଖ ୨୦୨୦

ଭାଦ୍ର (ସିଂହ) ସେପ୍ଟେମ୍ବର ୯ ତାରିଖ ୨୦୨୦
ମେଷ – ମାନସିକ ଚିନ୍ତା ବୃଦ୍ଧି ପାଇବ। ଶରୀର ସୁସ୍ଥ ରହିବ। ଆୟ ସ୍ଥିର ରହିବ।
ବୃଷ – ସୁଖ ସମ୍ମାନ ପ୍ରାପ୍ତି ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ମିଥୁନ – କାର୍ଯ୍ୟହାନୀ ଘଟିବ। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କର୍କଟ -ଆପଣ ଆଜି ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରବେ। ଆୟ ଭଲ ହେବ। ସହଯୋଗ ମିଳିବ।
ସିଂହ – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
କନ୍ୟା – ଜନସଚେତନତା ପ୍ରତି ଗୁରୁତ୍ଵ ଦେବେ। ଶାରୀରିକ ସୁସ୍ଥତା ମିଳିବ। ଆୟ ଭଲ ହେବାର ସମ୍ଭାବନା ରହିଛି।
ତୁଳା – ସେବା ପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ଅନୁଭବ କରିବେ। ଆୟ ସ୍ଥିର ରହିବ।
ବିଛା – ଘାତଚନ୍ଦ୍ର ରହିଛି। ସତର୍କ ରୁହନ୍ତୁ। ଭଗବାନ ଶିବଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ସହଯୋଗ ପ୍ରାପ୍ତିରେ ବାଧା ଉପୁଜିବ। ଆୟ ସାମାନ୍ୟ କମ ହୋଇପାରେ। ମନ ଆନ୍ଦୋଳିତ ହେବାର ସମ୍ଭାବନା ରହିଛି।
ମକର – ପରାମର୍ଶ କରି କାର୍ଯ୍ୟ କରିପାରନ୍ତି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁମାନେ ସହଯୋଗ କରିବେ।
କୁମ୍ଭ – ଦ୍ରବ୍ୟନଷ୍ଟ ଯୋଗ ରହିଛି। ମା’ ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମୀନ – ଉତ୍ସାହିତ ହେବେ। ବନ୍ଧୁ ସହଯୋଗ ମିଳିପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବାର ଯୋଗ ରହିଛି ।