ସେପ୍ଟମ୍ବର ୪ ତାରିଖ ୨୦୨୦
ମେଷ – ବ୍ୟୟ ଅଧିକ ହେବ। ସତର୍କର ସହ ଖର୍ଚ୍ଚ କରନ୍ତୁ। ମନ ସାମାନ୍ୟ ଅସନ୍ତୋଷ ରହିପାରେ। ଦେହ ସୁସ୍ଥ ରହିବାର ସମ୍ଭାବନା ରହିଛି।
ବୃଷ – ମନରେ ଉତ୍ସାହ ବଢିବ। ଦିନଟି ଭଲରେ କଟିବାର ସମ୍ଭାବନା ରହିଛି।
ମିଥୁନ – କର୍ମତତ୍ପର ରହିବେ। ଶାରୀରିକ ସୁସ୍ଥତା ମିଳିବ। ଆୟ ଠିକ ହେବ।
କର୍କଟ – ପରୋପକାରରେ ବ୍ୟସ୍ତ ରହିପାରନ୍ତି। ସହଯୋଗ ମିଳିବ। ଦିନଟି ମଧ୍ୟମ ଫଳଦାୟକ ହେବାର ସମ୍ଭାବନା ରହିଛି।
ସିଂହ – ଅର୍ଥ କ୍ଷୟ ହେବାର ସମ୍ଭାବନା ରହିଛି। ଭଗବାନ ଗଣେଶଙ୍କ ଉପାସନା କରନ୍ତୁ ଲାଘବ ହେବ।
କନ୍ୟା – ସୁଖ ସମ୍ମାନ ପ୍ରାପ୍ତି ହେବ। ଆୟ ଭଲ ହେବ। ଦିନଟି ଭଲରେ କଟିବାର ଯୋଗ ରହିଛି।
ତୁଳା – ପ୍ରିୟାପ୍ରୀତି ତୋଷଣର ସମ୍ଭାବନା ରହିଛି। ଶାରୀରିକ ସୁସ୍ଥତା ଅନୁଭବ କରିବେ। ଆୟ ସ୍ଥିର ରହିବ।
ବିଛା – ଚିନ୍ତାଗ୍ରସ୍ତ ରହିପାରନ୍ତି। ସହଯୋଗ କମ ମିଳିବାର ସମ୍ଭାବନା ରହିଛି। ମା’ ଦୂର୍ଗାଙ୍କୁ ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଦ୍ରବ୍ୟ ନଷ୍ଟ ଯୋଗ ରହିଛି। ସତର୍କ ରୁହନ୍ତୁ। ପ୍ରାତଃ ସମୟରେ ବୃଷଭକୁ କଦଳୀ ଖାଇବାକୁ ଦିଅନ୍ତୁ ଲାଘବ ହେବ।
ମକର – କାର୍ଯ୍ୟ ସଫଳ ଯୋଗ ରହିଛି। ଆଳସ୍ୟ ବର୍ଜନ କରନ୍ତୁ। ବନ୍ଧୁମାନେ ସହଯୋଗ କରିପାରନ୍ତି।
କୁମ୍ଭ – ପ୍ରତୀକ୍ଷା କରିବାକୁ ପଡିପାରେ। ମନ ସାମାନ୍ୟ ବ୍ୟାକୁଳିତ ହେବ। ଆୟ ସ୍ଥିର ରହିବ।
ମୀନ – ସୁଖ ସମ୍ମାନ ପ୍ରାପ୍ତିହେବ। ଦିନଟି ଉତ୍ତମ ଫଳଦାୟକ ହେବାର ସମ୍ଭାବନା ରହିଛି।