ଯଦି ଶାଢୀ କିଣିବା ସମୟରେ ଶାଢୀ ବକ୍ସରେ ମାସ୍କ, ସାନିଟାଇଜର, ଆର୍ୟୁର୍ବେଦିକ ପାଉଡର ଓ ହୋମିଓପାଥି ମେଡିସନ୍ ମଧ୍ୟ ମିଳୁଛି ତେବେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । କରୋନା ବିରୁଦ୍ଧରେ ଲଢେଇରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସୁରତର କପଡା ବ୍ୟବସାୟୀ ଏକ ନୂଆ ମିଶନ ସହିତ ଆଗେଇ ଆସିଛନ୍ତି । କରୋନା ସହିତ ଲଢେଇରେ ଏହି ନାରା ସହିତ ସାଢୀ ବ୍ୟବସାୟୀ ଏକ ନୂଆ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ।
ଯେତେବେଳେ ଆପଣ ସୁରତରେ ଶାଢୀ କିଣିବାକୁ ଚାହିଁବେ ତେବେ ବେପାରୀ ଆପଣଙ୍କୁ ‘କରୋନା କବଚ’ ନାମକ ଏକ ବାକ୍ସ ଅଫର୍ କରିବ । ପ୍ରକୃତରେ ଏହା ଏକ ଶାଢୀ ବକ୍ସ । ଯାହା ଭିତରେ ଶାଢୀ ହେବ ଏବଂ ଏହା ସହିତ ମ୍ୟାଚିଂ ମାସ୍କ, ସାନିଟାଇଜର, ଆୟୁର୍ବେଦିକ୍ ପାଉଡର ସହିତ ହୋମିଓପାଥି ମେଡିସିନ୍ ମଧ୍ଯ ରହିବ ଯାହା ଆପଣଙ୍କୁ କୋଭିଡ୍ ୧୯ରୁ ରକ୍ଷା କରିବାରେ ସାହାଯ୍ୟ କରିବ ।
ଫ୍ରିରେ ମିଳିବ କରୋନା କବଚ
ସୁରତ ଏକ ବଡ ଟେକ୍ସଟାଇଲ ମାର୍କେଟ ଯାହା ଶାଢୀ ପାଇଁ ସାରା ଦେଶରେ ଫେମସ୍ । ସମୟ ସମୟରେ ବିଭିନ୍ନ ପ୍ରକାରର ସାଢି ପାଇଁ ପ୍ରମୋଶନ୍ କରାଯାଇଥାଏ କିନ୍ତୁ ଏଥର ଏହାକୁ ସଚେତନତା ଅଭିଯାନରେ ଯୋଡା ଯାଇଛି । ଗାଁରୁ ଆରମ୍ବ କରି ସହର ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସଚେତନତାକୁ ଆହୁରି ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ବ୍ୟବସାୟୀମାନେ ବିଶ୍ୱାସ କରନ୍ତି ଯେ ଶାଢୀ ପ୍ରତ୍ୟେକ ମହିଳାଙ୍କ ପସନ୍ଦ ଏବଂ ଯଦି ପ୍ରତ୍ୟେକ ଘର ପିଛା ଗୋଟିଏ ସାଢି କିଣାଯାଏ, ତେବେ ପ୍ରତ୍ୟେକ ଘରେ କୋଭିଡ -୧୯ ବିରୋଧରେ ସଚେତନତା ଦୃଢ ହେବ। ଶାଢୀ ସହିତ ଯାହା ବି ଜିନିଷ ଦିଆଯାଉଛି ସେଥିପାଇଁ ଗୋଟିଏ ବି ଟଙ୍କା ନିଆଯାଉନି । ଶାଢୀର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ।
୨ ଲକ୍ଷରୁ ଅଧିକ ଶାଢୀର ମିଳିଛି ଅର୍ଡର
ବ୍ୟବସାୟୀଙ୍କ କହିବାନୁସାରେ ସାଢିର ଡିମାଣ୍ଡ ରାଜସ୍ଥାନ, ୟୁପି, ବିହାରରେ ଅଧିକ ଅଛି । ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଶାଢୀ ବିକ୍ରି ସରିଲାମି ଯଦିଓ ପ୍ରାୟ ୨ ଲକ୍ଷ ଶାଢୀର ଅର୍ଡର ଅଛି । ଏହି ନୂଆ ସଚେତନତା ଅଭିଯାନ ପଛରେ ଯାହା ବି ମାର୍କେଟିଂ ଫର୍ମୁଲା ଥାଉ ନା କାହିଁକି କିନ୍ତୁ ଲୋକଙ୍କ ପାଇଁ ଏବଂ ଦେଶ ପାଇଁ ନିଶ୍ଚିତ ଏହା ଏକ ଉତ୍ତମ ପଦକ୍ଷେପ ।