ଭୁବନେଶ୍ୱର,୦୪।୦୯: ଆସନ୍ତାକାଲି ଶନିବାର ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେକଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆସନ୍ତାକାଲି ଅପରାହ୍ନ ୪ ଟା ସମୟରେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଫଳ ପ୍ରକାଶ କରିବେ। ଛାତ୍ର ଛାତ୍ରୀ ମାନେ ପରିଷଦର ୱେବସାଇଟ ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ କଳାରେ ୨ ଲକ୍ଷରୁ ଅଧିକ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୭ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖା ଯାଇଥିଲା। ତେବେ ପରିଷଦର ଦୁଇ କର୍ମଚାରୀଙ୍କୁ କରୋନା ହେବ ପରେ ତାରିଖକୁ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଘୁଞ୍ଚାଯାଇଥିଲା।
ଗତବର୍ଷ କଳାରେ ପାସ୍ ହାର ଥିଲା ୬୫.୮୯ ପ୍ରତିଶତ। ସେହିପରି ଧନ୍ଦାମୂଳକ ଶିକ୍ଷାରେ ପାସ୍ ହାର ଥିଲା ୫୨.୬୨ ପ୍ରତିଶତ।