ବଢ଼ିଲା ଯୁକ୍ତ ଦୁଇ ଆବେଦନ

ଭୁବନେଶ୍ୱର,୩୧।୦୮: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆବେଦନ ତାରିଖ ଘୁଂଚିଲା । ଅଗଷ୍ଟ ୩୧ ତାରିଖ ଆବେଦନ ଶେଷ ତାରିଖ ଥିଲା, ଯାହା ବର୍ତମାନ ସାତ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ । ଏହି ଚିଠିକୁ ଗ୍ରହଣ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ଆବେଦନକୁ ଏକ ସପ୍ତାହ ଲାଗି ଘୁଞ୍ଚାଇ ଦିଆଯାଇଛି ।

ହାଇଅର ସେକେଣ୍ଡାରୀରେ ଆଡ଼ମିସନ ପାଇଁ ଅନଲାଇନ ଆବେଦନ ସମୟସୀମା ବୃଦ୍ଧି । ସେପ୍ଟେମ୍ବର ୪ ତାରିଖରୁ ଆଉ ସାତ ଦିନ ବୃଦ୍ଧି କରାଗଲା । ଯୁକ୍ତ ଦୁଇ ଲାଗି ଆବେଦନ ତାରିଖକୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟରେ ବିଭିନ୍ନ ଅଂଚଳରେ ବନ୍ୟା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।