ନୂଆଦିଲ୍ଲୀ,୨୫।୦୮: ସ୍ଥଗିତ ହେବନି ଜେଇଇ ମେନ୍ ଓ ନିଟ। ପୂର୍ବ ନିର୍ଦ୍ଧାରିତ ସେପ୍ଟେମ୍ବର ୧ରୁ ୬ ଜେଇଇ ମେନ୍ ଓ ୧୩ ରେ ହେବ ନିଟ। ତେବେ ପରୀକ୍ଷା କେନ୍ଦ୍ର, ପରୀକ୍ଷା ସିଫ୍ଟିଂ ସଂଖ୍ୟା ବଢାଯିବ। ସେହିପରି ପ୍ରତି ସିଫ୍ଟିଂରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା କମେଇବାକୁ ନିଷ୍ପତ୍ତି ନିଆଯାଇଛି। ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁଯାୟୀ ପରୀକ୍ଷା ସ୍ଥଗିତ କରିବା ଯୁକ୍ତି ସଂଗତ ନଥିବାରୁ ପରୀକ୍ଷା କରାଯିବ ବୋଲି ନେସନାଲ ଟେଷ୍ଟିଂ ଏଜେଂସି, NTA ପ୍ରେସ ବିଜ୍ଞପ୍ତି ରେ ଜଣାଇଛି।
ଜେଇଇ ମେନ୍ ପାଇଁ ପୂର୍ବ ନିର୍ଦ୍ଧାରିତ ୫୭୦ ପରୀକ୍ଷା କେନ୍ଦ୍ରକୁ ବଢ଼ାଇ ୬୬୦ ଏବଂ ନିଟ ପାଇଁ ୨୫୪୬ ରୁ ୩୮୪୩ ପର୍ଯ୍ୟନ୍ତ ବଢାଯାଇଛି। ସାମାଜିକ ଦୂରତା ଅବଲମ୍ବନ କରି ପରୀକ୍ଷା ହେବ। ସମସ୍ତ ରାଜ୍ୟ ସରକାରଙ୍କୁ ଏନଟିଏ ଅନୁରୋଧ କରିଛି ଛାତ୍ରଛାତ୍ରୀ ଙ୍କ ଯାତାୟତକୁ ସୁବିଧା ନିଶ୍ଚିନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ।