ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ। ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିସଂକ୍ tweet କରି ସୂଚନା ଦେଇଛନ୍ତି। cbseresults.nic.in ୱେବସାଇଟ ରେ ରେଜଲ୍ଟ ଉପଲବ୍ଧ ହେଉଛି। ଚଳିତ ବର୍ଷ ଫେବୃଆରୀ ୧୫ ରୁ ୩୦ ମାର୍ଚ୍ଚ ଯାଏ କରିବାକୁ ତାରିଖ ଘୋଷଣା ହୋଇଥିଲା। ପରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ ୧ରୁ ୧୫ ଯାଏ ପରୀକ୍ଷା ସାରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ପରୀକ୍ଷା ଆରମ୍ଭ ହୋଇଥିଲେ ସାରାଦେଶରେ ୧୨ ଟି ବିଷୟରେ ପରୀକ୍ଷା ହୋଇପାରିନଥିଲା। ଏ ସବୁ ବିଷୟରେ ପୂର୍ବ ପ୍ରଦର୍ଶନ ଅନୁଯାୟୀ ମାର୍କ ଦିଆଯାଇଛି। ସେହିପରି ଖାତା ମଲ୍ୟାୟନ ୫୦% କେନ୍ଦ୍ରରେ କରାଯାଇଥିବା ବେଳେ ଆଉ ୫୦% ଶିକ୍ଷକ ମାନେ ଘରେ ରହି କରିଥିଲେ।