ବାଲୁଗାଁ ଓ ବାଣପୁରରେ ସଟଡାଉନ କେତେ ସଫଳ କେତେ ବିଫଳ ?

ବାଣପୁର, ୧୬/୦୮: ଆଞ୍ଚଳିକ ପ୍ରଶାସନର ଆବେଦନ କ୍ରମେ ଜିଲ୍ଲା ପ୍ରଶାସନର ଚିଠି ସଂଖ୍ୟା (ବାଣପୁର)୩୫୯୮/୦୮.୦୮.୨୦୨୦,(ଚିଲିକା)୩୬୩୨/୧୦.୦୮.୨୦୨୦ ଅନୁସାରେ ତା.୧୧.୦୮.୨୦୨୦ ସନ୍ଧ୍ୟା ୭ ଠାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିଲେ । ଏଠି ସଫଳତା ଓ ବିଫଳତାକୁ ପରଖିଲେ ବାଃ ବାଃ ସୁନାମର ପାତ୍ର ହେବେ ଏଠିକାର ସାଧାରଣ ଜନତା । ଯଥେଷ୍ଟ କଷ୍ଟକୁ ପାଥେୟ କରି ଜୀବନ ଜୀବିକାକୁ ବାଜି ଲଗାଇ ଲହୁ ଲୁହାଣର ସହିତ ପ୍ରଶାସନର ଯୁଦ୍ଧ॰ ଦେହି ଡାକରାରେ ସାମିଲି ହୋଇ ଯଥେଷ୍ଟ ସମ୍ମାନ କରିଛନ୍ତି । ଜିଲ୍ଲା ପ୍ରଶାସନରେ ଅଧିସ୍ଥନ ପ୍ରଶାସନିକ ଅଧିକାରୀମାନଙ୍କ ମନମାନି ଲୋକଙ୍କ ମନରେ ଆକ୍ରୋଶର ଇଚ୍ଛାକୁ ବହୁ ଗୁଣିତ କରିଦେଇଛି , ସତେ ଯେମିତି ଉପରିସ୍ଥ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ପାଇଁ ଫମ୍ପା ମାଠିଆର ଶବ୍ଦ ବେଶୀ ପରି ଅନାବଶ୍ୟକ ପାଲଟି ଯାଇଛନ୍ତି । ଉକ୍ତ ସଟଡାଉନ ବଳବତ୍ତର ଥିବା ସମୟରେ ଦିବାଲୋକରେ ଅମାବାସ୍ୟା ପରି ଚୋରା ବେପାରୀଙ୍କର ମଧୁଶଯ୍ୟା ପାଲଟି ଯାଇଛି ଏହି ଅଞ୍ଚଳ । ଏତେ ବଡ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱକୁ ବୋଝ ଉପରେ ଲଳିତାବିଡା ପରି ଜନତାଙ୍କ ମୁଣ୍ଡ ଉପରେ ଲଦି ଦେଇ ରାଜକର୍ମଚାରୀ ମାନେ ଅନ୍ୟଭାଷାରେ PUBLIC SERVANT ମାନେ ବିନା ପରିଶ୍ରମରେ ବେତନ ପ୍ରାପ୍ତ କଥା ଅତି ଆଶ୍ଚର୍ଯ୍ୟଜନକ । ଏ ପରିସ୍ଥିତିରେ କେବଳ ମାସିକ ବେତନ ଭୋଗୀଙ୍କୁ ଛାଡି ଦେଲେ ଅନ୍ୟମାନକ କଥା ବଖାଣିବା ଲଜ୍ଜ୍ୟାଜନକ ହେବ । ଏହା ଦ୍ଵାରା ସାମ୍ବିଧାନିକ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିଦିଆଯାଇଛି, କୁହାଯାଉଛି ଯେତେ ସଟଡାଉନ ହେବ ଥାନା, ଡାକ୍ତରଖାନା, ପ୍ରଶାସନ ଓ ସରକାରୀ କର୍ମଚାରୀ ସେତିକି ଶାନ୍ତିରେ ନିଦ୍ରାଯିବେ ଓ ଅୟସ କରିବେ । ଯେଉଁମାନେ କରୋନା ଯୋଦ୍ଧା ଘୋଷିତ ହୋଇଛନ୍ତି ସେମାନେ ସଠିକ ଦାୟିତ୍ଵବାନ ରହିବା ପାଇଁ ବିଭିନ୍ନ ପ୍ରକାରର ଲାଭଦାୟକ ଯୋଜନା ସେମାନଙ୍କୁ ଦିଆଯାଇଛି କିନ୍ତୁ ସେ ସବୁ ଯୋଜନାର ଅପବ୍ୟବହାର ବ୍ୟତୀତ ଉଚ୍ଚିତ ବ୍ୟବହାର ଉପରେ ପ୍ରଶ୍ନ ଉଠେ । ସେମାନେ ଭୟଭୀତର ବାହାନା କରି ଅନ୍ୟକୁ ଭୟଭୀତ କରାଇ ନିଜ ନିଜର କର୍ମକ୍ଷେତ୍ରରୁ ରିହାତିର ଫାଇଦା ଉଠାଇ ଲୋକମାନଙ୍କୁ ସେବା ନ ଯୋଗାଇ ଠକି ଚାଲିଛନ୍ତି ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବାହାନା କରି ଛୁଟିରେ ରହି ମଧ୍ୟବର୍ତ୍ତୀକାଳିନ ଫାଇଦା ଭତ୍ତାକୁ ହାତେଇ ପାରୁଛନ୍ତି । କଟକଣା ଭିତରେ ସରକାରୀ କଳର ନିର୍ଦ୍ଦେଶରେ ନିର୍ମାଣ କାମ ଓ ଏହାର ପ୍ରତିବାଦ ଇତ୍ୟାଦିରେ ଜନ ସମୂହଙ୍କ ଏକତ୍ରିକରଣ ଏକ ପ୍ରକାର ବିଫଳତା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ନିଯୋଜିତ ହୋଇଥିବା ନୋଡାଲ ଅଫିସର ମାନେ ସ୍ଵୟ॰ ନିଖୋଜ ହୋଇଯାଇଥିଲେ ଓ ସନ୍ଦେଶ ଦେଉଥିଲେ ଜିଲ୍ଲାପାଳଙ୍କ ମତ୍ତ ସଟଡାଉନ ବେଳେ ଅତ୍ୟାବଶ୍ୟକ ଆଭାବରେ କାହାର ମୃତ୍ୟୁ ହୋଇଯିବ ନାହିଁ । ଏ ସବୁ ବାଦ୍ ସର୍ଭେ, ଟ୍ରେସିଙ୍ଗ, ଟ୍ରାକିଂ, ଟେଷ୍ଟିଙ୍ଗ, ଆଦି ଧୂଆଁ ବାଣରେ ଜନତାଙ୍କ ଆଶା ନିରାଶ ହୋଇଛି । ଦାୟିତ୍ଵରେ ଥିବା ନୋଡାଲ ଅଫିସର ମାନେ କର୍ତ୍ତବ୍ୟ କରିବା ଦୁରର କଥା, ପୁରାପୁରି Head Quater ଛାଡି ଦେଇ ପରିଭ୍ରମଣରେ ରହିଛନ୍ତି । ଇତି ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବଜାରର ବ୍ୟବସାୟୀ ମାନଙ୍କୁ ନୋଟିସ କରି ବାଧ୍ୟତା ମୂଳକ ଭାବେ କରୋନା ଟେଷ୍ଟ ପାଇଁ ଧମକ ଦେଇଛନ୍ତି,ଏଥିରେ ଖିଲାପ କଲେ ଦୋକାନ ସିଲ କରାଯାଇ ଜୋରିମାନା ଆଦାୟ କରାଯିବ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବ୍ୟବସାୟୀ ଓ ସାଧାରଣ ମାନେ ନିଜ ନିଜ ର ଟେଷ୍ଟିଙ୍ଗ ପାଇଁ ସ୍ଵାବ କଲେକସନ କେନ୍ଦ୍ରରେ ପହଞ୍ଚି ନିରାଶ ହୋଇ ଫେରୁଛନ୍ତି । କାରଣ ଟେଷ୍ଟିଙ୍ଗ ପାଇଁ କିଟ ନାହିଁ । ତେଣୁ ଏହି ସଟଡାଉନରେ ଜନ ସାଧାରଣ ପ୍ରଶାସନକୁ ସମ୍ମାନ ଜଣାଇଥିବା ବେଳେ ପ୍ରଶାସନ ସାଧାରଣ ଜନତାଙ୍କୁ ହଇରାଣ କରି ନିର୍ଯ୍ୟାତନା ଦେଇ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରି ସେମାନଙ୍କର ସମ୍ମାନ ପ୍ରଦାନରେ କୁଠାର ଘାତ କରୁଛି । ଏହାର ପରିଣାମ ଅବଶ୍ୟ ଏବେ ନ ହେଲେ ବି ନିଷ୍ଫଳ ହେବ ନାହିଁ ।