ରାମ ମନ୍ଦିର ନିର୍ମାଣ ପାଇଁ ୧୧ଟି ସ୍ଥାନରୁ ଆସିଲା ମାଟି

ନୂଆଦିଲ୍ଲୀ ,୨୫/୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଛି। ଅଗଷ୍ଟ ୫ ତାରିଖ ମଧ୍ୟାହ୍ନ ୧୨.୩୦ରେ ହିଁ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ ବୋଲି ସୂଚନା ମିଳିଛି। ଏହାପରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଭିନ୍ନ ପୂଜକ ଓ ଜ୍ୟୋତିର୍ବିଦଙ୍କ ପରାମର୍ଶକ୍ରମେ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। ଅପରପକ୍ଷରେ ରାମ ମନ୍ଦିର ଭୂମିପୂଜନ ପାଇଁ ବିଶ୍ୱ ହିନ୍ଦୁ ପରିଷଦ ଦେଶର ୧୧ଟି ଧାର୍ମିକ ସ୍ଥଳରୁ ମାଟି ସଂଗ୍ରହ କରିଥିବାବେଳେ ଏବେ ଏଗୁଡ଼ିକୁ ଅଯୋଧ୍ୟା ପଠାଯାଇଛି। (ଏଜେନ୍ସି)