ପୁରୀ ୨୨/୦୭ : ଚଳିତବର୍ଷ ରଥଯାତ୍ରା (୨୦୨୦) ସ୍ମରଣୀୟ ହୋଇରହିବ। ଶ୍ରୀଜିଉଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନଭାଙ୍ଗି ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବ। ଲାଗି ସ୍ଥିର କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା। ମହାରଣା ଓ ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ନିଷ୍ପତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇ ପାରିବ। ଏଥିରେ ଉଇ କିଭଳି ନଲାଗିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି। ପରବର୍ତ୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଛି। ଏହାଛଡା ଏକ ଟେକ୍ନିକାଲ ଟିମ ଗଠନ କରାଯାଇ ତର୍ଜମା କରାଯାଉଛି।