ଓଡ଼ିଶା କୁଡୁମୀ ସେନା ତରଫରୁ ଶହୀଦ ରଘୁନାଥ ମାହାତୋଙ୍କ ୨୪୫ତମ ଶହୀଦ ଦିବସ ପାଳନ |

କେନ୍ଦୁଝର :(ବିଜୟ କୁମାର ମହାନ୍ତ )ପ୍ରଥମ ସ୍ବାଧୀନତା ସଂଗ୍ରାମୀ ଚୁହାଡ ବିଦ୍ରୋହର ମହାନାୟକ ବୀର ଶହୀଦ ରଘୁନାଥ ମାହାତୋଙ୍କର ୨୪୫ ତମ ଶହୀଦ ଦିବସ କେନ୍ଦୁଝର ଜିଲ୍ଲା, ପାଟଣା ବ୍ଲକ, ଯମୁନାପଶି ପଞ୍ଚାୟତର ପଦ୍ମପୁର ଗ୍ରାମରେ ଓଡ଼ିଶା କୁଡୁମୀ ସେନା ତତ୍ତ୍ଵାବଧାନରେ ଯମୁନାପଷି ପଞ୍ଚାୟତର କୁଡୁମୀ ଭାଇଭଉଣୀଙ୍କ ସହଯୋଗରେ ପଦ୍ମପୁର ଗ୍ରାମରେ ଶହୀଦ ଦିବସ ଅନୁଷ୍ଠିତ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପଶ୍ଚିମ ବଙ୍ଗ ସରକାରଙ୍କ ଖାଉଟି ସୁରକ୍ଷା ବିଭାଗର ମନ୍ତ୍ରୀ ଶ୍ରୀକାନ୍ତ ମାହାତୋ, ମୁଖ୍ୟବକ୍ତା ଭାବେ କୁଡୁମୀ ମହାନ୍ତ ମହାସଭା ସଂଯୋଜକ ଛୋଟେଲାଲ ମହାନ୍ତ, ସମ୍ମାନିତ ଅତିଥି ଭାବରେ ଆଦିବାସୀ କୁଡୁମୀ ସମାଜ ସଭାପତି ମନୋଜ କୁମାର ମହାନ୍ତ, ବଡ଼ବିଲ ମ୍ଯୁନସିପାଲଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଲଛ୍ଛମନ୍ ମହାନ୍ତ,କୁଡୁମୀ ସମାଜ ସଭାପତି କ୍ଷୀରୋଦ ମହାନ୍ତ, ଦେଶକରମ୍ ସଭାପତି ନବୀନ କିଶୋର ମହାନ୍ତ,କୁଡୁମୀ ସମାଜ ସମ୍ପାଦକ ରାଇରଙ୍ଗପୁର ମନୋଜ ମହାନ୍ତ, ବାଙ୍କୁଳା ବିଶ୍ବବିଦ୍ୟାଳୟ ପ୍ରଫେସର ଅଞ୍ଜନା ମହାନ୍ତ, ତଥା ଓଡ଼ିଶା କୁଡୁମୀ ସେନାର ସଦଶ୍ଯ ଗଣ ଯଥା- ରାଜ୍ୟ ସଭାପତି ଦିବ୍ୟସିଂହ ମହାନ୍ତ,ମିତ୍ରଭାନୁ ମହାନ୍ତ,ଦୁର୍ଗା ଚରଣ ମହାନ୍ତ ,ସବିତା ମହାନ୍ତ, ତ୍ରିଲୋଚନ ମହାନ୍ତ, ବିଶ୍ବଜିତ ମହାନ୍ତ, ଲମ୍ବୋଦର ମହାନ୍ତ, ଗୀତାଞ୍ଜଳି ମହାନ୍ତ, ସରସ୍ବତୀ ମହାନ୍ତ,ବିଶ୍ବମ୍ବର ମହାନ୍ତ,ରଙ୍ଗଲତା ମହାନ୍ତ, ତ୍ରିନାଥ ମହାନ୍ତ,ଭୈରବ ଚନ୍ଦ୍ର ମହାନ୍ତ, ବିନୋଦ ବିହାରୀ ମହାନ୍ତ, ରତ୍ନାକର ମ‌ହାନ୍ତ,ତଥା ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ରେ ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ କେନ୍ଦୁଝର ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ଦୁର୍ଗାଚରଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଯମୁନାପୋଷି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଜଳଧର ମହାନ୍ତ, ଲାଲମୋହନ ମହାନ୍ତ, ରେବତୀ,ଋକ୍ମଣୀ,ବୈଦେହି,ଅଜୟ, ପଟେଲ, ଲକ୍ଷ୍ମଣ,ଡିବାକର, ପ୍ରଫୁଲ୍ଲ,ବିଶ୍ବମ୍ବର,ଗୈ।ରହରି, ପୂର୍ଣ୍ଣଚନ୍ଦ୍ର,ଶରତ,ଶରତ ଚନ୍ଦ୍ର, ଲକ୍ଷ୍ମୀଧର, ଦୁର୍ଯ୍ୟୋଧନ,ବିଦ୍ୟାଧର, କୃଷ୍ଣ, କୈଳାସ, ବଳଭଦ୍ର ମହାନ୍ତଏବଂ ଅନ୍ୟ ସମସ୍ତ ଭାଇଭଉଣୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ସମସ୍ତଙ୍କ ସହଯୋଗରେ ସଭା ସଫଳ ହୋଇ ପାରିଛି ।