(ଗୁଣପୁର / ସିଦ୍ଧାର୍ଥ ଦାଶ) – ସ୍ଥାନୀୟ ବାଣୀଶ୍ରୀ ବିହାର ତଥା ସରସ୍ୱତୀ ଵିଦ୍ୟା ମନ୍ଦିର ନିକଟସ୍ଥ ବନଦୁର୍ଗା ମନ୍ଦିରରେ ମା’ଙ୍କ ଚୈତ୍ର ଓ ଅଗ୍ନିଯାତ୍ର ଆରମ୍ଭ ହୋଇଛି । ୩ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରାରେ ପ୍ରଥମ ଦିବସରେ ସକାଳୁ ମୁଖ୍ୟ ପୂଜକ ନିରଞ୍ଜନ ରଥଙ୍କ ଦ୍ୱାରା ମା ବନ ଦୁର୍ଗାଙ୍କ ସମସ୍ତ ନୀତିକାନ୍ତି ପୂଜା କରାଯାଇଥିଲା । ଘଟ ସ୍ଥାପନ ହେବା ପରେ ସ୍ୱତନ୍ତ୍ର ପୂଜା ଆରମ୍ଭ କରାଯାଇଥିଲା। ଦିନ ତମାମ ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ଗହଳି ଚହଲି ଲାଗି ରହିଥିଲା। ସନ୍ଦ୍ୟାରେ ମାଙ୍କ ପାଟଚାଙ୍ଗୁଡ଼ି,ପାଟ ଖଣ୍ଡା ଓ ଘଟକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ୩ ଦିନ ଧରି ହେବାକୁ ଥିବା ଏହି ଚୈତ୍ର ଯାତ୍ରା ଅବସରରେ ବହୁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ପୂଜା କମିଟିର ସଦସ୍ୟ ମାନେ ଯାତ୍ରା ପରିଚାଳନାରେ ସହଯୋଗ କରୁଛନ୍ତି । ଯାତ୍ରା ର ଶେଷ ଦିବସ ଅର୍ଥାତ ମଙ୍ଗଳବାର ଦିନ ମା ଙ୍କ ନୀତିକାନ୍ତି ସହ ମଧ୍ୟାନ୍ନ ରେ ଭକ୍ତ ଙ୍କ ନିମନ୍ତେ ବୀନା ମୂଲ୍ୟ ରେ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୩ ଘଣ୍ଟା ସମୟରେ ମା ଙ୍କ ଘଟ ସହର ପରିକ୍ରମା କରିବ । ଏହା ପରେ ସନ୍ଧ୍ୟା ୫ ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣରେ ପୂଜକ ଙ୍କ ଦ୍ଵାରା “ନିଆମଡା ଯାତ୍ରା” ସହ କଣ୍ଟା ଦୋଳିରେ ଝୁଲିବା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି ।