ରାଜଗାଙ୍ଗପୁର, (ମନୋଜ ଭୋଳ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ଆଜି ବୋଇତ ବନ୍ଦାଣ ଉତ୍ସବ ଧୁମ ଧାମ ରେ ପାଳିତ । ଆଜି ହେଉଛି କାର୍ତିକ ପୁର୍ଣିମା | ହିନ୍ଦୁ ଧର୍ମ ରେ ଏହି ଉତ୍ସବ କୁ ଖୁବ ପାରମ୍ପରିକ ରୀତି ନୀତି ରେ ପାଳନ କରାଯାଏ | ଏହି ଅବସରରେ ରାଜଗାଙ୍ଗପୁର ସହର ରେ ଲୋକ ମାନେ ଆଜି ବଡି ଭୋର ରୁ ରାଜଗାଙ୍ଗପୁର ସହର ର ବିଭିନ୍ନ ନଦୀ ଘାଟ ମାନଙ୍କ ରେ ଯାଇ ପାରମ୍ପରିକ ରୀତି ନୀତି ଅନୁଯାଇ ବୋଇତ ବନ୍ଦା ପନା କରିବା ସହ ଧୂପ ଦୀପ ଦେଇ ଆକ ମା ବୋଇ ପାନ ଗୁଆ ଥୋଇ ,ପାନ ଗୁଆ ତୋର ମାସ ଯାକ ଧର୍ମ ମୋର ଗୀତ ଗାଈ ବୋଇତ କୁ ମେଲାଣି ଦେଇଥିଲେ | ଠିକ ସେହି ପରି ରାଜଗାଙ୍ଗପୁର ସହର ର ବାବା ତଲାବ ଠାରେ ନୀଳଚକ୍ର ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ କରାଯାଇଥିଲା |
ପ୍ରତ୍ୟକ ବର୍ଷ ପରି ଏ ବର୍ଷ ମଧ୍ୟ ଗାଙ୍ଗପୁର ସାସ୍କୃତିକ ପରିଷଦ ର ବୃହତ୍ତ ବୋଇତ ରାଜଗାଙ୍ଗପୁର ସହର ରେ ଆକର୍ଷଣ ର ବିଷୟ ପାଲଟି ଥିଲା | ଗାଙ୍ଗପୁର ସାସ୍କୃତିକ ପରିଷଦ ପକ୍ଷରୁ ସ୍ଥାନୀୟ ବାବା ତଲାବ ଠାରେ ବୃହତ୍ତ ବୋଇତ ର ବନ୍ଦାଣ କରାଯାଇ ଥିଲା | ରାଜଗାଙ୍ଗପୁର ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ , ରାଜଗାଙ୍ଗପୁର ଥାନା ଅଧିକାରୀ ବିଭତ୍ସ ପ୍ରଧାନ ଏହି ବୋଇତ ବନ୍ଦାଣ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ସହ ରୀତି ନୀତି ଅନୁଯାଇ ବୋଇତ ବନ୍ଦାଣ କରିବା ପରେ ବୋଇତ କୁ ମେଲାଣି ଦେଇ ଥିବା ଦେଖିବାକୁ ମିଳିଥିଲା | ଏହି ଅବସର ରେ ରାଜଗାଙ୍ଗପୁର ସହର ବାବା ତଲାବ ଠାରେ ବହୁ ଲୋକ ଭିଡ଼ ଦେଖିବାକୁ ମିଳିଥିଲା |