ବାଣପୁର, ବାଲୁଗାଁରେ IPL ଜୁଆ (ବେଟିଂ) ଯେତିକି ବଢିଚାଲିଛି ଜଗୁଆଳିଙ୍କ ଅଶୀଂଦାର ଭାଗ ସେତିକି ବଢୁଛି ।

ବାଣପୁର/ବାଲୁଗାଁ,୨୨।୦୯: କ୍ରିକେଟ୍ ଏକ ଆଦର୍ଶ ଖେଳର ପରିଚୟ ଦେଉଥିବା ବେଳେ ଏହାର ହାରଜିତକୁ ନେଇ ଜୁଆ ଆଡା (Betting) ସବୁଆଡେ ସକ୍ରୀୟ ହୋଇଯାଇଛି । ଓଡିଶାସାରା ଜୁଆ ଆଜିି ଅଶାନ୍ତିର ଝଡ ଆଣି ଦେଇଛି । କେତେ ଆତ୍ମହତ୍ୟା କରୁଛନ୍ତି ଆଉ କେତେ ପରିବାର ଛାରଖାର ହେଉଛି । ଆଇପିଏଲ୍ ସିଜନ୍ ଆରମ୍ଭ ହୋଇଥିବାରୁ ବାଣପୁର/ବାଲୁଗାଁ ବଜାରରେ ଜୁଆଡ଼ିମାନେ ସକ୍ରିୟ ହୋଇ ଉଠିଛନ୍ତି । ଜୁଆ ଖେଳ ଆଜି ପ୍ରତିବନ୍ଧକକାରୀଙ୍କୁ ବେଶ୍ ଖୋରାକ ଯୋଗାଇ ଦେଉଛି । ବାଣପୁର/ବାଲୁଗାଁ ର ବଡ଼ ଖେଳାଳି (ମୁଖ୍ୟ ବୁକି)କୁ ଆଉଟ୍ (ଗିରଫ) କରିବା ପାଇଁ ପୁଲିସ ରେଡ଼ି ରହୁନଥିବାରୁ କ୍ୟାଚ ମିସ୍ କରୁଥିବାର ଚର୍ଚ୍ଚା ହେଉଛି । ଆଲୋଚନା ହେଉଛି ଯଦି କେଉଁ ଜୁଆଆଡା ରେଡ୍ ହେଉଛି ପ୍ରକୃତ ଜବତର କିଛି ନିମ୍ନ ପରିମାଣକୁ ଜବତ ତାଲିକାଭୂକ୍ତ କରାଯାଇ ଲାଭ ଉଠାଏ ପୁଲିସବାବୁ ଜୁଆ ଖେଳାଳି ନିଜନିଜର ସାମାଜିକ ସ୍ଥିତିକୁ ବଞ୍ଚାଇବାପାଇଁ ପୁଲିସର ବ୍ଲାକମେଲର ଶିକାର ହୋଇ ପୁଲିସକୁ ସନ୍ତୁଷ୍ଟ କରିବାକୁ ପଡେ। ମୋଟା ଅଙ୍କର ବେପାର ହେଲେ ଜୁଆ (Betting) ଆଡା ନିଦ୍ୱନ୍ଦରେ ଦୌିଡିଚାଲେ । ଏବେଠାରୁ ସତର୍କ ନହେଲେ କେତେଯେ ବେଆଇନ ଜୁଆ ଆଡା ବଢିଚାଲିବ ତାର ହିସାବ ରଖିହେବ ନାହିଁ । ସାଧାରଣରେ ପ୍ରଶ୍ନ ଉଠୁଛି ବାଣପୁର ବାଲୁଗାଁରେ ଯେଉଁ ଭଳି ଭାବରେ ବେଧଡକ ଜୁଆ ଆଡା ଚାଲିଛି ପ୍ରସାଶନ ପାଖରେ ଖବର ନାହିଁ ନା ସବୁଜାଣି ଚୁପ ଅଛି ପ୍ରସାଶନ । ଏବେ ଦେଖିବା ବାକି ରହିଲା ପୁଲିସ ବାବୁ ଜୁଆଡିଙ୍କୁ ବୋଲ୍ଡ କରୁଛନ୍ତି ନା ନିଜେ ଆଉଟ ହୋଇ ପ୍ୟାଭିଲିୟନ୍ କୁ ଫେରୁଛି ।