ବାଣପୁର, ୨୧/୦୯: ବର୍ତ୍ତମାନ କରୋନାର ଭୟାବହତା ଠାରୁ ବଳି ଯାଇଛି ଚୋରଙ୍କ ପାଦୃଭାବ । ସରକାରୀ କଟକଣାକୁ ସମ୍ମାନ ଦେଇ ବ୍ୟବସାୟୀ ମାନେ ଆର୍ଥିକସ୍ଥିତି ହରାଇ ସାରିଥିବା ବେଳେ ଚୋରଙ୍କ ସକ୍ରିୟତା ମରଣ ଯନ୍ତା ପାଲଟିଛି । ପଞ୍ଚୁଦୋଳ ପଡିଆରେ ରାତ୍ରି କାଳୀନ ସମୟରେ ଅସାମାଜିକ ବ୍ୟକ୍ତିଙ୍କର ଆଡା ଜମୁଥିବା ବେଳେ ଦୈନନ୍ଦିନ ଚୋରୀ ହେଉଥିବାର ପୁଲିସକୁ ଅଭିଯୋଗ କଲେ ମଧ୍ୟ ପୁଲିସ କର୍ଣ୍ଣପାତ କରୁନାହିଁ ଏବ॰ ଆଞ୍ଚଳିକ ପ୍ରଶାସନ ଓ ପୋଲିସ ବିଭାଗର ଚାହିଁ ଶୋଇଥିବା ନୀତି ଆଜି ଅଞ୍ଚଳକୁ ଚୋରଙ୍କ କବଜା ରେ କବଳିତ କରିଛି । ସହରୀ ବିଜୁଳି ବ୍ୟବସ୍ଥାରେ କୋଟି କୋଟି ଖର୍ଚ୍ଚ କରିବା ବାହାନାରେ କମିଶନ ଖାଇ ବସିଥିବା ପ୍ରସାଶନ, ଦଲାଲ ଓ ରାଜନେତା ଇତ୍ୟାଦି ଏବ॰ ଅତ୍ୟାବଶ୍ୟକ କର୍ତ୍ତବ୍ୟ ସମ୍ପାଦନରେ ଇଚ୍ଛା ମୁତାବକ ଅବହେଳା କରି ଚୋରଙ୍କ ସହିତ ଚତୁରତାର ବନ୍ଧୁ ବାନ୍ଧି ସେମାନଙ୍କ ପାଇଁ ଚାମଚା ଗିରି କରିବା ଆଶ୍ଚର୍ଯ୍ୟର କଥା ପାଲଟିଛି । ଏହି ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ମାନେ ଆଖି ଦେଖାଣିଆ ଉନ୍ନତି କଥା କହି ପ୍ରକୃତରେ ଉନ୍ନତି କରଣକୁ କୁଠାର ଘାତ କରି ଚାଲିଛନ୍ତି ଓ ବେଶ ଫାଇଦା ଉଠାଉଛନ୍ତି । ଏବେ ପୁଲିସ ବ୍ୟବସ୍ଥା କଥା ନକହିବା ଭଲ, ବାଡ ଆଜି ଫସଲ ଖାଇବା ନୀତି ରେ ବୁଡ଼ି ରହୁଛି । ଚୋରୀ ଅଭିଯୋଗ ଥାନାକୁ ଆସିଲେ, ଅଭିଯୁକ୍ତ କଥା ଚିନ୍ତା କରିବା ଦୂରରେ ଥାଉ କିନ୍ତୁ ଅଭିଯୋଗ କାରୀକୁ ଧମକ ଚମକ ଦେଇ ଘଉଡାଉଛନ୍ତି । ମାଟିଆ ପୋଷାକ ପୁଲିସ ମାନେ ଓ ଏଥି ପ୍ରତି ଉପରିସ୍ଥ ଆଧିକାରୀଙ୍କ ପ୍ରୋସ୍ଛାହନ ମଧ୍ୟ ପାଉଛନ୍ତି ବୋଲି ପ୍ରକାଶ କରୁଛନ୍ତି । ଚୋରୀ କାର୍ଯ୍ୟ ବେଳେ ଚୋରଙ୍କୁ ଧରି ଆଣି ପୁଲିସରେ ହସ୍ତାନ୍ତର କଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା ଦେଉଛି ଏବ॰ ପୁଲିସ କାହା ଚାପରେ ଚୋରଙ୍କୁ ଛାଡି ଦେଉଥିବା ଅଭିଯୋଗ ହେଉଛି , ଏଭଳି ସ୍ଵଭାବରୁ ଜଣାପଡେ କି ଚୋର ଚଣ୍ଡାଳଙ୍କ ସହିତ ମଧୁଚନ୍ଦ୍ରିକା କରୁଛି ପୁଲିସ ବିଭାଗ । କ୍ଷମତା ବହିଭୁର୍ତ୍ତ ହୋଇ ପୁଲିସ ଘଟଣାର ଇତଲାକୁ ପ୍ରଥମେ ପଞ୍ଜିକରଣ ନ କରି ପକ୍ଷ ମାନଙ୍କୁ ସମାଧାନ କରିବା ପାଇଁ ଚାପ ପକାଇ ବେଶ କିଛି ରୋଜଗାର କରିଚାଲିଛନ୍ତି । କଥା ପ୍ରସଙ୍ଗରେ ପୁଲିସ ବାଲା କୁହନ୍ତି ଯଦି କୋର୍ଟ କୁ ଯାଇ କେସ କରିବ କୋର୍ଟ ଆମ ପାଖକୁ କେସ ପଠାଇବେ ଆଉ ଆମ୍ଭେ ଚାହିଁଲେ ସେହି କେସ କୁ ବର୍ଷ ବର୍ଷ ଧରି ହଜାଇ ଦେବୁ । ସେଥିପାଇଁ କୋର୍ଟ ଆମର କିଛି କରି ପାରିବେ ନାହିଁ ଏହାର କାରଣ ହେଇପାରେ ପୁଲିସ, କୋର୍ଟ ଓ କୋର୍ଟବାବୁ ମାନଙ୍କ ମଧ୍ୟରେ ଅନ୍ୟାବଶ୍ୟକ ଉତ୍ତମ ସମ୍ପର୍କ । ଏଣୁ ନ୍ୟାୟ କେବଳ କ୍ଷମତା ବାନ ଅଧିକାରୀମାନଙ୍କ ହାତର ଖେଳନା ନ ହୋଇ ନ୍ୟାୟ ସମସ୍ତଙ୍କ ପାଇଁ ହେଉ (JUSTICE FOR ALL) . ଏଥି ପ୍ରତି ଜିଲ୍ଲା ଆରଖି ଦ୍ରୁଷ୍ଟି ନ ଦେଲେ ଚୋରଙ୍କ କବଳରେ ବାଣପୁର ଯେ ନ ରହିବ କହି ହେବ ନାହିଁ ।