ସମ୍ବଲପୁର ଜିଲ୍ଲା ରେ ହନୁମାନ ଜୟନ୍ତୀ କୁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ଦେଖାଦେଇଛି ଗୋଷ୍ଠୀ ସଂଘର୍ଷ । ଆସନ୍ତା ହନୁମାନ ଜୟନ୍ତୀ ଅବସରରେ ଏକ ବିଶାଳ ବାଇକ୍ ରାଲେ ସମ୍ବଲପୁର ବଜରଙ୍ଗ ଦଳ ପକ୍ଷରୁ ବୁଧବାର ଦିନ ପ୍ରାୟ ଦିନ ୪ଟା ସମୟରେ ଆରମ୍ଭ ହୋଇଥିଲା ଏଥିରେ ସମ୍ବଲପୁର ଜିଲ୍ଲା ର ଶତାଧିକ ହନୁମାନ ଭକ୍ତ ସମେତ ବଜରଙ୍ଗ ଦଳର କର୍ମୀମାନେ ବାହାରୀ ବାଇକ୍ ରାଲେ କରୁଥିଲେ । ହେଲେ ସମ୍ବଲପୁର ସ୍ଥିତ ମୋତିଝରଣ ଛକ ନିକଟରେ କୈାଣସି କାରଣ ହେତୁ ହିନ୍ଦୁ ଏବଂ ମୁଶଲିମ୍ ଭାଇମାନଙ୍କ ମଧ୍ୟ ରେ ପାଟିତୁଣ୍ଡ ଏବଂ ବହୁତ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା । ଯେଉଁ ଥିରେ ଉଭୟ ଗୋଷ୍ଠୀ ସଂଘର୍ଷ ଯୋଗୁଁ ବହୁତ ହିନ୍ଦୁ ଓ ମୁସଲମାନ ଭାଇମାନେ ଗୁରୁତର ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ଆଉ କେତେକ ଯାଗାରେ ଅନେକ ଗାଡି ସବୁଭାଙ୍ଗି ଦିଆଯାଇଛି ଓ ଏହାକୁ ଅଟକାଇ ବାକୁ ଯାଇ ଉଭୟ ପୋଲିସ, ମୁସଲମାନ ଏବଂ ହିନ୍ଦୁ ଭାଇମାନଙ୍କ ମଧ୍ୟରେ ସଂଘର୍ଷ ହୋଇ ଉଗ୍ରରୂପ ନେଇ ପଥର ମାଡ଼ , ଠେଙ୍ଗା ହାତହତିଆର ରେ ବଚସା ହୋଇଥିଲା ଫଳରେ ଏଥିରେ କେତେଜଣ ମୃତ୍ୟୁବରଣ କରିଥିବା ସହ ଆଉ କେତେକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଯାହା ଫଳରେ ସ୍ଥିତି ଅସମ୍ଭାଳ ଯୋଗୁଁ ସମ୍ବଲପୁର ପୋଲିସ ଉକ୍ତ ସ୍ଥାନରେ ୧୪୪ଧାରା ଜାରି କରିଛି । ଫଳରେ ସ୍ଥିତି କୁ କାବୁରେ ରଖିଛି ପୋଲିସ୍ ପ୍ରଶାସନ ଏବଂ ଚାରିପାଖର ପୋଲିସ ପକ୍ଷରୁ କଡାକଡି ଭାବରେ ନଜର ରଖାଯାଇଛି । ଏହିଭଳି ଘଟଣାକୁ ତିବ୍ର ଭାବରେ ନିନ୍ଦା କରିଛନ୍ତି ସମ୍ବଲପୁର ଜିଲ୍ଲା ବାସିନ୍ଦା ସମେତ ପ୍ରଶାସନ ।