ବାଗଡିହି ରେ ଗଞ୍ଜେଇ ନେଉଥିବା କାର ଦୁର୍ଘଟଣା ଗସ୍ତ ,୮୦ କେଜି ଗଞ୍ଜେଇ ଜବତ ଅଭିଯୁକ୍ତ ଫେରାର |

ଲଇକେରା/କିର୍ମିରା:(ଅନିଲ କୁମାର ସରାଫ ) ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବାଗଡିହି ଫାଣ୍ଡି ଅନ୍ତର୍ଗତ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବୁଡାପଡା ଛକ ନିକଟରେ ଏକ ଗଛରେ ପିଟି ହୋଇ ଗଞ୍ଜେଇ ଚାଲାଣ ହେଉଥିବା ଏକ ସ୍ବିଫ୍ଟ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି, ପୋଲିସ ର ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ଘ.୮.୩୦ମିନିଟ ସମୟରେ ଓଡି ୨୩ ଏଲ ୪୧୬୮ ମାରୁତି ସ୍ବିଫ୍ଟ ଗାଡ଼ିରେ ଦୁଇ ଜଣ ଅଭିଯୁକ୍ତ ବାଗଡିହି ପଟୁ ସୁନ୍ଦରଗଡ ପଟେ ଯାଉଥିବା ବେଳେ ବୁଡାପଡା ଛକ ନିକଟରେ ରାସ୍ତା କଡ଼ରେ ଥିବା ଏକ ଗଛ ପିଟିହୋଇ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଘଟିବା ପରେ ଧରାପଡିଯିବା ଭୟରେ ଅଭିଯୁକ୍ତ ଦୁଇଜଣ ଗାଡ଼ିଟିକୁ ଛାଡ଼ିଦେଇ ପଳେଇ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ ।

ଖବରପାଇ ବାଗଡିହି ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ୱିବେଦୀ ଲଇକେରା ଥାନା ଅଧିକାରୀ କେ.ସାମରିଆ ଙ୍କ ସହିତ ମାଜିଷ୍ଟ୍ରେଟ କିର୍ମିରା ତହସିଲଦାର ଶ୍ରୀମାନ ସୁନୀଲ କୁମାର ମେହେର ଙ୍କ ଉପସ୍ଥିତି ରେ ଗାଡ଼ିଟିକୁ ଜବତ କରିଥିଲେ । ଗାଡ଼ି ଡିକି ଭିତରେ ୮୦ କେଜି ଗଞ୍ଜେଇ ରଖାଯାଇଥିବା ବେଳେ ଏହାକୁ ଜବତ କରିବା ସହିତ ଗାଡ଼ିଟିକୁ ଜବତ କରି ତଦନ୍ତ ଜାରିରଖିଥିବା କହିଛନ୍ତି ଝାରସୁଗୁଡ଼ା ଏସଡିପିଓ ଶ୍ରୀ ନିର୍ମଳ ମହାପାତ୍ର ।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଲଇକେରା ଥାନା ଏସଆଇ ତୋଫାନି ପ୍ରଧାନ କେସ ନମ୍ବର ୧୦୦ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଏସଡିପିଓ ଶ୍ରୀ ମହାପାତ୍ର ଓ ଥାନା ଅଧିକାରୀ କେ.ସାମରିଆ ଉପସ୍ଥିତ ରହି ତଦାରଖ କରୁଥିବା ବେଳେ ବାଗଡିହି ଓ ଲଇକେରା ପୋଲିସ ମିଳିତ ସହଯୋଗ କରିଥିଲେ ।