ବଲାଙ୍ଗୀର :(ବିନୟ କୁମାର ନନ୍ଦ )ଫରେଷ୍ଟ ଗାର୍ଡଙ୍କ କଳା କାରନାମା |ପର୍ଦାଫାଶ କଲେ ସାମ୍ବାଦିକ ||ସ୍ୱର ଚାପିବାକୁ ଆରମ୍ଭ ହେଲା ହୀନ ଷଡଯନ୍ତ୍ର ||ବନ୍ଧା ହେଲେ ସାମ୍ବାଦିକ ||ବେଆଇନ ଗିରଫ କୁ ବିରୋଧ କରି ବଲାଙ୍ଗୀର Sp office ଘେରାଓ କଲେ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ||
ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ତଳେ ଦେଓଗାଁ ବନ ବିଭାଗର କାର୍ଯ୍ୟରତ ଫରେଷ୍ଟ ଗାଡ଼ ଆରତୀ ପ୍ରଧାନ ଗୋଟିଏ ଇଟାଭାଟି ମାଲିକ ଠାରୁ 4500 ଟଙ୍କା ନିଜ ବ୍ୟକ୍ତିଗତ ଫୋନ-ପେ ମାଧ୍ୟମରେ ନେଇଥିଲେ କିନ୍ତୁ ରସିଦ ଦେଇନଥିଲେ || Times one odia ଦେଓଗାଁ ବ୍ଲକ ପ୍ରତିନିଧି ସଞ୍ଜୟ ମିଶ୍ର ଏହି ବିଷୟରେ ଖୋଳତାଡ଼ କରି ଖବର ସଂଗ୍ରହ କରିଥିଲେ l ଏହାକୁ ନେଇ ଆତ୍ମ ବିକଳରେ ୩ ଟି ରସିଦ ପ୍ରସ୍ତୁତ କଲେ ଆରତୀ ଏବଂ ଫରେଷ୍ଟର ପିଙ୍କୁ ଭୋଇ ||ସାମ୍ବାଦିକଙ୍କ ସ୍ୱର ଚପେଇବାକୁ ସମ୍ପୃକ୍ତ ଆରତୀ ପ୍ରଧାନ, ନିଜର ଚାକିରୀ ବଞ୍ଚାଇବା ଡରରେ ଇଟାଭାଟି ମାଲିକଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଫୋନ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ ଓ ଲାଞ୍ଚ ମାଗୁଥିଲା ବୋଲି ମିଥ୍ୟା ଅଭିଯୋଗ କରି ଥାନାରେ ଏତଲା କରିଥିଲେ l
ଏହି ଧମକକୁ ଭୟ କରି ସାମ୍ବାଦିକ ସଞ୍ଜୟ ଦେଓଗାଁ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ l କିନ୍ତୁ ଥାନାଧିକାରୀ ଧମକ ଦେଇଥିବା ଲୋକଙ୍କୁ ଗିରଫ କରିନଥିଲେ l ଏକ ତରଫା ଭାବରେ ସାମ୍ବାଦିକଙ୍କୁ ଲାଞ୍ଚ ନେବା ଦୋଷରେ ଗତକାଲି ଗିରଫ କରି କୋର୍ଟ ଚାଲାଣ କରି ଜେଲକୁ ପଠାଇ ଦେଇଛନ୍ତି l
ଫଳରେ ଆଜି ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ଓ ଓଡିଶା ଜୋର୍ଣ୍ଣାଲିଷ୍ଟ ଆଶ୍ସୋସିଏସନର ମିଳିତ ଅନୁଷ୍ଠାନରେ ଜିଲ୍ଲାପାଳ, ଅରାକ୍ଷୀ ଅଧିକ୍ଷକ ଓ ବନ ବିଭାଗର ମୁଖ୍ୟଙ୍କୁ ଲିଖିତ ଭାବରେ ଜଣାଇଛନ୍ତି ଯେ ଘଟଣାର ଉଚିତ ତଦନ୍ତ କରି ସମ୍ପୃକ୍ତ ସାମ୍ବାଦିକ ସଞ୍ଜୟଙ୍କୁ ନ୍ୟାୟ ଦିଆଯାଉ ଏବଂ ଇଟାଭାଟି ମାଲିକ ଓ ଫରେଷ୍ଟ ଗାର୍ଡଙ୍କୁ ଦଣ୍ଡ ଦିଆଯାଉ ବୋଲି ଦାବି ଜଣାଇଛନ୍ତି || ଯଦି କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆନ୍ଦୋଳନ ହେବ ବୋଲି ସଙ୍ଘର ସଭାପତି ଓ ସମ୍ପାଦକ ଗଣମାଧ୍ୟମକୁ କହିଛନ୍ତି ||