ସାନଖେମୁଣ୍ଡି :-(ବାପୁନି ସେଠି ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ନିକଟରୁ ୫ ଟି ପିକଅପଭେନରୁ ପ୍ରାୟ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । କିଛିଦିନ ହେବ ସାନଖେମୁଣ୍ଡି ଅଞ୍ଚଳରୁ ନିୟମିତ ଗୋଚାଲାଣ ହେଉଥିବା ବେଳେ ପୋଲିସ ପକ୍ଷରୁ ଚଢାଉ କରି ଅନେକ ଗୋଚାଲାଣ ଗାଡି ଓ ଲୋକଙ୍କୁ ଧରୁଥିଲେ ମଧ୍ୟ ଗୋରୁ ମାଫିଆମାନେ ଗୋଚାଲାଣ ବ୍ୟବସାୟରୁ ଓହରୁ ନାହାଁନ୍ତି । ସୋମବାର ଦିନ ସାନଖେମୁଣ୍ଡି ଅଞ୍ଚଳରୁ ଗୋକର୍ଣ୍ଣପୁର ଅଭିମୁଖେ ଯାଉଥିବା ୫ ଟି ବେଆଇନ ଗୋରୁ ବୋଝେଇ ପିକଅପଭେନକୁ ସାନଖେମୁଣ୍ଡି ଜଗନ୍ନାଥପୁର ନିକଟରେ ବଜରଙ୍ଗ ଦଳ କର୍ମୀ ଓ ସ୍ଥାନୀୟ କିଛି ଯୁବକମାନେ ଅଟକାଇଥିଲେ । ପିକଅପଭେନରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗୋରୁ ଥିବା ସୂଚନା ପାଇବା ପରେ ବଜରଙ୍ଗ ଦଳର କର୍ମୀ ଗାଡ଼ିଗୁଡ଼ିକୁ ଅଟକାଇବା ସହ ଏନେଇ ପାଟପୁର ଥାନା ଅଧିକାରୀଙ୍କୁ ଜଣାଇଥିଲେ l ସଙ୍ଗେସଙ୍ଗେ ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ ଷ୍ଟାପ ପଠାଇ ୫ ଟି ବେଆଇନ ଗୋରୁ ବୋଝେଇ ପିକଅପଭେନକୁ ଥାନାକୁ ନେବା ସହ ପିକଅପଭେନରେ ଥିବା ୫୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ପାଟପୁରରେ ଥିବା ଗୋଶାଳାରେ ଛାଡିଥିବା ଦେଖିବାକୁ ମିଳିଛି । ଆଜି ଭୋର ସମୟରେ ୫ ଟି ପିକଅପଭେନରେ ଗୋଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ସ୍ଥାନୀୟ ଲୋକେ ଏବଂ ବଜରଙ୍ଗୀ ଦଳର କର୍ମୀ ପିକଅପଭେନକୁ ଧରିବାରେ ସଫଳ ହେଇଥିଲେ । ପରେ ଅଭିଯୋଗ ପାଇ ପାଟପୁର ପୋଲିସ ଗୋରୁ ବୋଝେଇ ୫ ଟି ପିକଅପଭେନକୁ ଜବତ କରିବା ସହ ଜଣେ ଡ୍ରାଇଭରକୁ ଅଟକ ରଖିଛି । ବାକି ଡ୍ରାଇଭର ଗାଡିଛଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା l ପ୍ରତ୍ୟେକ ଦିନ ବେଆଇନ୍ ଗୋ ଚାଲାଣ ହେଉଥିଲେ ମଧ୍ୟ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଲୋକେ ଦେଖି ଚୁପ ରହୁଛନ୍ତି l ହିନ୍ଦୁ ସମ୍ପ୍ରଦାୟରେ ଗାଈଙ୍କୁ ନିଜର ମାଆ ବୋଲି ପୂଜା କରାଯାଏ l ତଥାପି ହିନ୍ଦୁ ସମ୍ପ୍ରଦାୟର ଲୋକେ ଚୁପ ରହିବାଟା ବଡ଼ ନିନ୍ଦନୀୟ ବିଷୟ । ଏହି ଗୋଚାଲାଣକୁ ବନ୍ଦ କରି ଏଥିରେ ସମ୍ପୃକ୍ତ ଥିବା ଲୋକଙ୍କୁ କଠୋର ଦଣ୍ଡ ଦେବାପାଇଁ ବଜରଙ୍ଗୀ ଦଳର କର୍ମୀଙ୍କ ସହ ସ୍ଥାନୀୟ ଲୋକେ ପୁଲିସ ବିଭାଗକୁ ଅନୁରୋଧ କରିଛନ୍ତି ।