ଟଙ୍କା ପାଇଁ ସ୍ୱାମୀ ନେଇଗଲା ସ୍ତ୍ରୀ ର ଜୀବନ।

ପୁରୁଷୋତ୍ତମପୁର,୯/୧(ସୁନିଲ କୁମାର ବେହେରା):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଧୋବାପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି l ବାପା ଘରୁ ଟଙ୍କା ନଆଣିବାରୁ ପିଟି ପିଟି ମାରିଦେଲା ସ୍ୱାମୀ l ଗ୍ରାମର ରଞ୍ଜିତ ସ୍ୱାଇଁ ତିନି ବର୍ଷ ପୂର୍ବେ ମାମା ସ୍ୱାଇଁ ଙ୍କୁ ବିବାହ କରିଥିଲେ l ବିବାହ ପରଠାରୁ ରଞ୍ଜିତ ଶଶୁର ଘର ଲୋକଙ୍କୁ ଟଙ୍କା ମାଗୁଥିଲେ l ନଚେତ ମାମା ଙ୍କୁ ଜୀବନରେ ମାରୁଦେବା ର ଧମକ ଦେଉଥିଲେ l ତେବେ ଗତ ୬ ତାରିଖ ଦିନ ପରିବାର ଲୋକ ଆପସ ବୁଝାମଣା ପରେ ମାମା ଙ୍କୁ ରଞ୍ଜିତ ଙ୍କ ପାଖରେ ଛାଡିଥିବା ବେଳେ ଗତକାଲି ରାତିରେ ରଞ୍ଜିତ ମାମା ଙ୍କୁ ବାଡେଇ ବାଡେଇ ମାରିଦେଇଥିବା ଦେଖିବାକୁ ମିଳିଛି l ଘଟଣା ନେଇ ମାମା ଙ୍କ ପରିବାର ପକ୍ଷରୁ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିବା ବେଳେପୋଲିସ ଖବର ପାଇ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି l ଏବଂ ଏହି ଘଟଣା ରେ ଅଭିଯୁକ୍ତ ସ୍ୱାମୀ, ଶାଶୁ, ନଣନ୍ଦ ଙ୍କୁ ଅଟକ ରଖିଥିବା ସୂଚନା ମିଳିଛି l