ଚଣ୍ଡେଶ୍ୱର,୩୧/୧୨(ବିନୁ ଦାସ୍):- ଚଣ୍ଡେଶ୍ୱର ଛକ ନିକଟରେ ଥିବା ଇଣ୍ଡିଆନ ଓଭର୍-ସିଜ୍ ବ୍ୟାଙ୍କ ଏଟିଏମ୍ ମେସିନ ଭାଙ୍ଗି ସମସ୍ତ ଟଙ୍କା ଲୁଟ୍ । ଏହି ଏଟିଏମ୍ ମଧ୍ୟରେ କେତେ ଟଙ୍କା ଗଛ୍ଛିତ ଥିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗ୍ୟାସ କଟର୍ ମେସିନ ସାହାଯ୍ୟ ରେ ଡକାୟତ ମାନେ ଏଟିଏମ୍ ମେସିନ କୁ କାଟି ସମସ୍ତ ଟଙ୍କା ଲୁଟ୍ କରି ନେଇଥିବା ଜଣାପଡିଛି । ତଦନ୍ତ ପରେ ସ୍ପଷ୍ଟ ହେବ ଲୁଟ୍ ଟଙ୍କାର ପରିମାଣ । ଟାଙ୍ଗୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଛକ ନିକଟରେ ରହିଛି ଏହି ଇଣ୍ଡିଆନ ଓଭର୍-ସିଜ୍ ବ୍ୟାଙ୍କ ଏଟିଏମ୍ କାଉଣ୍ଟର୍ । ଗତକାଲି ବିଳମ୍ବିତ ରାତ୍ରରେ ଏହି ଲୁଟ୍-ପାଟ୍ ହୋଇଥିବା ଜଣାପଡିଛି । ଟାଙ୍ଗୀ ପୋଲିସ ପକ୍ଷରୁ କଡା ପେଟ୍ରୋଲିଂ ର ବ୍ୟବସ୍ଥା କରାଯାଇଛି , ଏ ସବୁ ସତ୍ତ୍ୱେ ଡକାୟତ ମାନେ ରାସ୍ତା ପାର୍ଶ୍ୱରେ ଥିବା ଏଟିଏମ୍ ମେସିନ କୁ କଟର୍ ସାହାଯ୍ୟ ରେ କାଟି ସମସ୍ତ ଟଙ୍କା ଲୁଟି ନେଇଗଲେ ହେଲେ ପୋଲିସ କିଭଳି କିଛି ଜଣିପାରିଲା ନାହିଁ ? ପୋଲିସ ର ପେଟ୍ରୋଲିଂ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ ।ଅପର ପକ୍ଷରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ ଆମ ପ୍ରତିନିଧି ଙ୍କୁ କହିଛନ୍ତି କି ବର୍ତ୍ତମାନ ସୁଦ୍ଧା କେତେଟଙ୍କା ଲୁଟ ହୋଇଛି ତାହା ସମ୍ପୃକ୍ତ ବ୍ୟାଙ୍କ ଅଧିକାରୀ ପ୍ରକାଶ କରିନାହାନ୍ତି କିନ୍ତୁ ସିସିଟିଭି ଫୁଟେଜ ଆଧାରରେ ରାତ୍ରି ପ୍ରାୟ ଦୁଇଟା ରୁ ତିନିଟା ମଧ୍ୟରେ ଏକ ବୋଲେରୋ ଯୋଗେ ଡକାୟତ ମାନେ ଆସି କଟର ମାଧ୍ୟମରେ ଏଟିଏମ୍ କାଟି ଟଙ୍କା ଲୁଟି ଫେରାର ହୋଉଯାଇଛନ୍ତି।ସମ୍ପୃକ୍ତ ବ୍ୟାଙ୍କ ତରଫରୁ କୌଣସି ସୁରକ୍ଷା କର୍ମୀମାନେ ନିୟୋଜିତ ନହେବା ଡ଼କାୟତ ମାନଙ୍କୁ ଲୁଟ କରିବାକୁ ସୁବର୍ଣ୍ଣ ସୁଯୋଗ ହୋଇଛି।