ଟାଙ୍ଗୀ ଥାନା ଅଞ୍ଚଳରେ ସିରିଜ ଲୁଟ,ଏକାଧିକ ଆହତ

କାଳୁପଡ଼ା ଘାଟ:୧୭।୦୪/(ବିନୁଦାସ୍) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୫୦୦ମିଟର ମଧ୍ୟରେ ଟାଙ୍ଗୀ ପଞ୍ଚାୟତ ର ବିଭିନ୍ନ ସାହିରେ ଗୋଟିଏ ରାତିରେ ସିରିଜ ଲୁଟ୍…. । ଦୃବୃତ ମାନେ ୬ଟି ଘରୁ ଲୁଟ୍ କରିବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଆହତ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ବାରମ୍ବାର ଚୋରୀ ଡକାୟତି ହେଉ ଥିଲେ ସୁଦ୍ଧା ଟାଙ୍ଗୀ ପୋଲିସ ର କାର୍ଯ୍ୟକଳାପ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି ।

ଶୁକ୍ରବାର ରାତ୍ରୀ ପ୍ରାୟ ୧୨ ଟା ସମୟରେ ପ୍ରଥମେ ଗୋଡି ପାଟଣା ସାହିରୁ ଛେଳି ଗୁହାଳରୁ ଗୁହାଳ ଭାଙ୍ଗି ଲୁଟେରା ମାନେ ୩ ରୁ ୪ ଟି ଛେଳି ଲୁଟି ନେଇ ତାର ମାଂସ କାଟି ନେଇ ଯାଇଥିବା ଅଭିଯୋଗ ହୋଇଛି…ଏହା ପରେ ଲୁଟେରା ମାନେ ଷଣ୍ଢ ସାହିରେ ମିଟୁ ଷଣ୍ଢଙ୍କ ଫାର୍ମ ହାଉସରେ ପଶି ଫାର୍ମ ହାଉସରେ ଶୋଇଥିଵା କର୍ମଚାରୀ ମାନଙ୍କ ଠାରୁ ମୋବାଇଲ ଟଙ୍କା ପଇସା ଏଟିଏମ୍ କାର୍ଡ ଲୁଟି ନେଇଥିବା ବେଳେ ସେହି ଷଣ୍ଢ ସାହିରୁ ସମାନ ଢଙ୍ଗରେ ପ୍ରଶାନ୍ତ ଷଣ୍ଢ ଓ ଆଲୋକ ଷଣ୍ଢଙ୍କ ଘରେ ପଶି ଲୋକ ମାନଙ୍କୁ ଆକ୍ରମଣ କରି ଟଙ୍କା ପଇସା ସୁନା ଗହଣା ଲୁଟି ନେଇଛନ୍ତି ଏହା ପରେ ତଳ ସାହିରେ ଗୀତାରାଣୀ ମହାନ୍ତି ଙ୍କ ଘରେ ପଶି ଗୀତାରାଣୀଙ୍କୁ ଆକ୍ରମଣ କରି ଟଙ୍କା ପଇସା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟେରାଙ୍କ ଆକ୍ରମଣରେ ଗୀତା ରାଣୀ ଗୁରୁତର ଆହତ ହୋଇଛନ୍ତି ଏ ନେଇ ଟାଙ୍ଗୀ ଥାନା ରେ ଅଭିଯୋଗ କରାଯାଇଥିଲେ ବି ପୋଲିସ୍ ର ପ‍ାଟ୍ରୋଲିଂ ହେଉନଥିବା ଯୋଗୁଁ ଚୋରୀ ଲୁଟ୍ ପାଟ୍ ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି….. ଲୁଟ୍ ସଂପର୍କରେ ଆମେ ବାଲୁଗାଁ SDPO ମାନସ ରଂଜନ ବାରିକଙ୍କ ମତା ମତ ନେଇଥିଲୁ ସେ କହିଥିଲେ ମୁଁ ଘଟଣା ସଂପର୍କରେ ଅବଗତ ଅଛି.. ଘଟଣା ସ୍ଥଳ ପରିଦର୍ଶନ ପରେ ଯାହା କିଛି କହି ପାରିବି ବୋଲି ମତ ଦେଇଛନ୍ତି ଏସଡି ପିଓ ଶ୍ରୀ ମାନସ ରଞ୍ଜନ ବାରିକ।ଅନ୍ୟପକ୍ଷରେ ଦେଖିବାକୁ ହେଲେ ମାସ୍କ ଏବଂ ହେଲମେଟ ଚେକିଂ ରେ ବ୍ୟସ୍ତ ଥିବା ଟାଙ୍ଗୀ ପୋଲିସ ଯଦି ଆଇନଶୃଙ୍ଖଳା କିମ୍ବା ଚୋରି ରାହଜନୀ ରୋକିବାରେ ସଫଳ ହୁଅନ୍ତା ତ ଅଞ୍ଚଳବାସୀ ସାଧୁବାଦ ଦିଅନ୍ତେ। ଏ ଦିଗରେ ପୋଲିସ ସତର୍କ ଏବଂ ଦୋଷୀ ମାନଙ୍କୁ ନଧରିଲେ ଆଗକୁ ଜନ ପ୍ରିୟ ଥାନାଧିକାରୀ ଜନ ଅସନ୍ତୋଷ ର କାରଣ ହେବେ।ପ୍ରଶ୍ନ ଉଠୁଛି ଟାଙ୍ଗୀ ତଳ ଛକ ରେ ରାତ୍ରିକାଳୀନ ପେଟ୍ରୋଲିଂ ହେଉଥିବା ବେଳେ ସେଠାରୁ ୧୦୦ ମିଟର ଦୂରରେ କେମିତି ଚୋରି ହେଲା ଆଉ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।