ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିିଥିବା ବେଳେ ଅନ୍ୟପଟେ ଦେଶରେ ତେଲ ଦର ଉପର ମୁହାଁ। କରୋନା ମହାମାରୀ ସମୟରେ ସମସ୍ତେ ବିଭିନ୍ନ ପ୍ରକାର ସଙ୍କଟ ଦେଇ ଗତି କରୁଥିବା ବେଳେ ତୈଳ ଦର ବୃଦ୍ଧି କୁ ନେଇ ଦେଶବାସୀ ଚିନ୍ତିତ। କ୍ରମାଗତ ୨୧ ଦିନ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।
୨୧ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୧୨ଟଙ୍କା ଓ ଡ଼ିଜେଲ ୧୧ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କା ୩୮ ପଇସା ଓ ଡ଼ିଜେଲ ଦର ୮୦ ଟଙ୍କା ୪୦ ପଇସା ହୋଇଛି। ମୁମ୍ବଇରେ ପେଟ୍ରୋଲ ୮୭ ଟଙ୍କା ୧୪ ପଇସ. ଡ଼ିଜେଲ ୭୮ଟଙ୍କା ୭୧ ପଇସା। ଚେନ୍ନାଇ ଓ କଲକାତାରେ ପେଟ୍ରୋଲ ଯଥାକ୍ରମେ ୮୩.୫୯ ଓ ୮୨.୦୫ ଓ ଡ଼ିଜେଲ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଥିବା ସୂଚନା ମିଳିଛି।