ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି

ଭୁବନେଶ୍ୱର ୨୫।୬: ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ଜୁଲାଇ ଶେଷ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ । ଆସନ୍ତା ୩୦ ତାରିଖ ସୁଦ୍ଧା ମାଟ୍ରିକ୍ ଖାତାଦେଖା ସରିବ ବୋଲି ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

ତେବେ ମନ୍ତ୍ରୀ କହିଛନ୍ତି ଯେ, ଅନଲାଇନ୍ ପାଠପଢାରେ ଆମେ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିପାରିଛୁ । +୨ର ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା । ବର୍ତ୍ତମାନ ପରିସ୍ଥିତିରେ ସିଏମଓକୁ ମତାମତ ପାଇଁ ପଠାଇଛୁ । ପରୀକ୍ଷା ପାଇଁ କିଛି ନିଷ୍ପତ୍ତି ନିଆଯାଇଛି । ୬୦ ଲକ୍ଷରୁ ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଖରେ ଆମେ ପହଞ୍ଚିବୁ । କିନ୍ତୁ ପାଠ୍ୟକ୍ରମରେ କ’ଣ ରହିବ, ସେନେଇ କମିଟି ତଦାରଖ କରିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।