ନୂଆଦିଲ୍ଲୀ : କରୋନା ଲକ୍ଡାଉନ୍ରେ ପ୍ରଭାବିତ ଗରିବଙ୍କୁ ଦୃଷ୍ଟିରେ ରଖି ମାଗଣା ଗ୍ୟାସ୍ ଯୋଜନା ଆରମ୍ଭ କରାଯାଇଥିଲା। ଏବେ ଏହି ଯୋଜନାରେ ସରକାର ସଂଶୋଧନ ଆଣିଛନ୍ତି। ଏଣିକି ତୃତୀୟ ସିଲିଣ୍ଡର ପାଇଁ ହିତାଧିକାରୀଙ୍କୁ ଅର୍ଥ ଦେବାକୁ ପଡିବ। ପରେ ସେମାନଙ୍କୁ ଏହି ଅର୍ଥ ଫେରସ୍ତ ମିଳିବ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ହିତାଧିକାରୀଙ୍କୁ ୨୦୨୦ ଏପ୍ରିଲରୁ ଜୁନ ମାସ ମଧ୍ୟରେ ୧୪.୨ କିଲୋଗ୍ରାମର ୩ଟି ମାଗଣା ଗ୍ୟାସ୍ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏବେ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଫଳରେ ହିତାଧିକାରୀଙ୍କୁ ତୃତୀୟ ଗ୍ୟାସ୍ ପାଇଁ ପଇସା ଦେବାକୁ ପଡିବ। ଏଲପିଜି ବିତରଣ ସମ୍ବନ୍ଧିତ ସୂଚନା ଓଏମସି ପୋର୍ଟାଲରେ ନଜର ଆସିଲେ ଉକ୍ତ ଅର୍ଥ ଓଏମସି ପୈଠ କରିବ। ଯୋଜନା ଅନୁସାରେ ତିନି ମାସରେ ୨୪୦.୯ ସିଲିଣ୍ଡର ବିତରଣ ହୋଇଛି। ମାତ୍ର ଅନୁମାନ ଅନୁଯାୟୀ ଏ ପର୍ଯ୍ୟନ୍ତ କେବଳ ୪୨ ପ୍ରତିଶତ ସିଲିଣ୍ଡର ବିତରଣ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିରେ ୮ କୋଟି ଉପଭୋକ୍ତା ପ୍ରଭାବିତ ହେବେ।