କୋଲକତା : କୋଇଲା ଖଣି କ୍ଷେତ୍ରକୁ ବ୍ୟବସାୟିକ ଖଣି ଖନନ ପାଇଁ ଅନୁମତିକୁ ବିରୋଧ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦରେ କୋଲ ଇଣ୍ଡିଆ ୟୁନିୟନ ଗୁଡ଼ିକ ଆସନ୍ତା ଜୁଲାଇ ୨ରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ଭାରତ ସରକାର କୋଇଲା ଖଣି କ୍ଷେତ୍ରକୁ ବ୍ୟବସାୟିକ ଭିତ୍ତିରେ ଖନନ ପାଇଁ ଘରୋଇ କମ୍ପାନିଙ୍କ ପ୍ରବେଶକୁ ଗତ ମାସରେ ଅନୁମତି ଦେଇଥିଲେ। ଜୁଲାଇ ୧୮ ତାରିଖରେ ସରକାର କୋଇଲା ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବାରୁ କୋଲ ଇଣ୍ଡିଆର ୫ଟି ପଂଜୀକୃତ ୟୁନିୟନ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଏହି ୟୁନିୟନରେ ୨.୮ ଲକ୍ଷ କର୍ମଚାରୀଙ୍କ ୯୦ ପ୍ରତିଶତ ସଦସ୍ୟ ଅଛନ୍ତି। (ଏଜେନ୍ସି)