ସୋସିଆଲ ମେଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ ପଡିଲା ମହଙ୍ଗା ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ


ଟାଙ୍ଗୀ,୦୨/୦୬(ବିନୁ ଦାସ୍):- ଜଣେ ପ୍ରେମିକ ନିଜ ପ୍ରେମରେ ବିଫଳ ହେବା ପରେ ପ୍ରେମିକା ର ନଗ୍ନ ଫଟୋ ଓ ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା।ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିବା ପାଇଁ ପ୍ରେମିକା ଉଦ୍ୟମ କରିବା ,ଏକ ତରଫା ପ୍ରେମର ନିଆଁ ରେ ଜଳୁଥିବା ହତାଶ ପ୍ରେମିକ ଏପରିକି ଜୀବନରେ ମାରିଦେବାକୁ ଧମକ ଦେବା,ପ୍ରେମିକା କୁ ବ୍ଲାକ ମେଲିଂ କରିବା ସହିତ ବିଭିନ୍ନ ଅଶ୍ଳୀଳ ଇଙ୍ଗିତ ପୂର୍ଣ୍ଣ ଧମକ ଦେବା ଘଟଣା କୁ ଟାଙ୍ଗୀ ପୋଲିସ ଘଟଣା କୁ ଗୁରୁତ୍ବ ଦେଇ ତଦନ୍ତ କରି ହତାଶ ପ୍ରେମିକ ଏବଂ ଏଥିରେ ସହଯୋଗ କରୁଥିବା ପ୍ରେମିକ ର ସାଙ୍ଗକୁ ଗିରଫ କରିଛି ଟାଙ୍ଗୀ ପୋଲିସ । ଏନେଇ ବାଲୁଗାଁ ଏସଡିପିଓ ଟାଙ୍ଗୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ନରମାନବୀ ଗ୍ରାମର ଜୈନିକା ଯୁବତୀଙ୍କୁ ଜଙ୍କିଆ ଥାନା ଅଚ୍ୟୁତପୁର ଗ୍ରାମର ଶକ୍ତି ପ୍ରସାଦ ପାତ୍ର(ବଗୁଲା) ନିଜ ପ୍ରେମ ଜାଲରେ ଫସାଇ ପ୍ରେମିକା ସହ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଏବଂ ପ୍ରେମ ସମ୍ପର୍କ ଛିନ୍ନ ହେବା ପରେ ପ୍ରେମିକା କୁ ବ୍ଲାକ ମେଲିଂ କରିବା ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟୋ ଭିଡ଼ିଓ ସୋସିଆଲ ମେଡିଆ ରେ ଭାଇରାଲ ଘଟଣା ସମ୍ପର୍କରେ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଥିଲା । ଟାଙ୍ଗୀ ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ନିଜେ ଏହାର ତଦନ୍ତ ଆରମ୍ଭ କରି ମୂଖ୍ୟ ଅଭିଯୁକ୍ତ ଶକ୍ତି ପ୍ରସାଦ ପାତ୍ର ଏବଂ ତାହାର ସହଯୋଗୀ କାହ୍ନା ସ୍ୱାଇଁ(ମିଲନ, ବିକି)ଦୁଇଜଣଙ୍କୁ ପୋଲିସ ଗିରଫ କରିଛି ।ବାଲୁଗାଁ ଏସ୍ ଡିପିଓ ମାନସ ରଞ୍ଜନ ବାରିକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି କି ଉଭୟ ଅଭିଯୁକ୍ତ ଙ୍କୁ ଟାଙ୍ଗୀ ଥାନା କେଶ୍ ନମ୍ବର ୧୬୮/୨୦୨୧ ଅନୁଯାୟୀ ଦଫା ନଂ:- ୨୯୨ ଏ/୫୦୬/୩୪/ଆଇପିସି ଆର୍/ଡ଼ବ୍ଲୁ ୬୬ ସି ଏବଂ ଇନ୍ଫୋର୍ମସନ ଟେକ୍ନୋଲୋଜି ଆକ୍ଟ ୨୦୦୦ ଅନୁଯାୟୀ ୬୬ ଇ/୬୭ ରେ ମାମଲା ରୁଜୁ କରି ଉଭୟ ଦୋଷୀଙ୍କୁ କୋର୍ଟ ଚାଲାଣ କରିଛି।ଅପର ପକ୍ଷରେ ଏସ୍ ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି କି ଯେଉଁ ଉଦଭ୍ରାନ୍ତ ଯୁବକ ମାନେ ସୋସିଆଲ ମେଡିଆରେ ଆପତ୍ତି ଜନକ ପୋଷ୍ଟ କିମ୍ବା ଫୋଟୋ ଭାଇରାଲ କରିବେ ସେମାନଙ୍କ ପ୍ରତି କଡ଼ା ନଜର ରଖିଛି ପୋଲିସ ବିଭାଗ।ଏସବୁରୁ ସୋସିଆଲ ମେଡିଆ ର ଅପବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତୁ।ଯଦି ଏଭଳି କୌଣସି ଘଟଣା ପାଇଁ କୌଣସି ବ୍ୟକ୍ତି ଶିକାର ହେଉଛନ୍ତି ସେମାନେ ତୁରନ୍ତ ଥାନାରେ ଅଭିଯୋଗ ଦିଅନ୍ତୁ ଆମେ ଦୋଷୀ କୁ ଧରିବା ସହ କଡା ପଦକ୍ଷେପ ନେବୁ।