ଚାନ୍ଦପୁର ପୋଲିସ କବଜାରେ ଧଳା ଜହର ଚାରି ଗିରଫ ସହ ପାଉଡର ଜବତ

ଟାଙ୍ଗୀ:୩୧/୦୫(ବିନୁ ଦାସ୍): ଦିନକୁ ଦିନ ଯୁବଗୋଷ୍ଠୀ ଙ୍କ ମଧ୍ୟରେ ଧଳା ଜହର(ବ୍ରାଉନ ସୁଗାର) କବଳରେ କବଳିତ ଯୁବ ସମାଜ ଯାହାକି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଧଳା ଜହର ବ୍ୟବସାୟ ବୃଦ୍ଧି ସହ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ପୋଲିସ ପାଇଁ ଏହାକୁ ଧରପଗଡ଼ କରିବାକୁ ବଡ଼ ଚାଲେଞ୍ଜ ସୃଷ୍ଟି ହୋଇଛି । ଅବକାରୀ ଥାନା ଥାଇବି ସେମାନେ କେବଳ ହାତ ଗଣତି ମଦ ମାଫିଆଙ୍କୁ ଧରି ବାହାବା ନେଉଥିବା ବେଳେ ବର୍ତ୍ତମାନ ଧଳା ଜହର ଆତଙ୍କ ରେ କବଳିତ ଯୁବଗୋଷ୍ଠୀ । ପ୍ରାପ୍ତ ସୂଚନା ମୁତାବକ ଚାରି ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ , ସେମାନଙ୍କ ନିକଟରୁ ୭ ଗ୍ରାମ ଓଜନର ଧଳାଜହର ଜବତ ହୋଇଛି । ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମିରଞ୍ଜନ ଦାସ ଙ୍କ ନେତୃତ୍ୱରେ ଏସଆଇ ସଞ୍ଜୟ ମଲ୍ଲିକ, ଅଞ୍ଜଳି ସା ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହାପରେ ପୋଲିସ ବିଭିନ୍ନ ଅଞ୍ଚଳ ଖାନତଲାସ ଜାରି ରଖିଥିବାବେଳେ ଶେଷରେ ରାଇପଡ଼ା ନିକଟରେ ଚାରି ଜଣ ବେପାରୀଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୭ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛି। ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ର ଏକ ଟିମ୍ ଏହି ଧଳାଜହର ବ୍ୟବସାୟୀ କୁ ରାଇପଡା ଜଗଂଲ ନିକଟରୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଅଞ୍ଚଳର କୃଷ୍ଣଚନ୍ଦ୍ର ଧଳ ଓ ତାଙ୍କ ପତ୍ନୀ ପ୍ରଭାତି ଧଳ , ଖୋର୍ଦ୍ଧା ଅଞ୍ଚଳର ବାସେଳି ସାହିର କହ୍ନେଇ ଘଟୁଆଲ , ବେଗୁନିଆ ଥାନା ଦେଉଳି ନୂଆ ସାହି ର ସୁମନ୍ତ ନାୟକ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ୍ ଗଣ ମାଧ୍ୟମ କୁ ସୂଚନା ଦେଇଛନ୍ତି ।