ଖୋର୍ଦ୍ଧା,୩୦/୦୫ : ଖୋର୍ଦ୍ଧା ଜିଲ୍ଲାରେ ନିଶା ବେପାରୀ ସକ୍ରିୟ ହୋଇଯାଇଥିବା ବେଳେ, ସମାଜରେ ଯୁବକ ମାନେ ଏହାର ଶିକାର ହେଉଛନ୍ତି । ନିଶା ଆଜି ଯୁବସମାଜକୁ କରାୟତ କରିଥିବା ବେଳେ ନିଶା ବେପାରୀ ମାନେ କବଜାରେ ରଖୁଛନ୍ତି କିଛି ଅଧିକାରୀ ମାନଙ୍କୁ । ପ୍ରକାଶ ଥାଉକି ଧଳା ଜହର ବେପାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ମଡେଲ ପୋଲିସ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଓ ଏସଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ଚତୁରତା ଓ ନେତୃତ୍ଵରେ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଏହାର ମୁଖ୍ୟ ଦାୟିତ୍ଵ ଏସଆଇ ଦିଗବିଜୟ ବିଶ୍ଵାଳ, ଏସଆଇ ବିଜୟ କୁମାର ବେହେରା ଓ ଏସଆଇ ପଦ୍ମଲୋଚନ ବେହେରାଙ୍କୁ ନେଇ ଏକ ଟିମ ଗଠନ କରିଥିଲେ । ଏହି ଟିମ ଆଜି ଅପରାହ୍ନ ୩.୧୫ରେ ମା ବରୁଣେଇ ହୋଟେଲ ପଛପଟେ ଚଢାଉ କରି ଆକାଶ ସେଠୀ ନାମକ ବ୍ୟକ୍ତିଙ୍କ ଠାରୁ ୫୦.୧୯ ଗ୍ରାମ ବ୍ରାଉନ ସୁଗାର(ଧଳା ଜହର) ଜବତ କରିଛନ୍ତି । ଏହାର ଆନୁମାନିକ ବଜାର ମୂଲ୍ୟ ୨ ଲକ୍ଷ୍ୟ ଟଙ୍କା ହେବ । ଏହି ଘଟଣା ଖୋର୍ଦ୍ଧା ମଡେଲ ଥାନା କେଶ ନ॰ – ୨୧୫/୨୦୨୧ NDPS ACTର ଧାରା -୨୧(b) ରେ ପଞ୍ଜୀକୃତ ହୋଇ ଏସଆଇ ଦିଗବିଜୟ ବିଶ୍ଵାଳଙ୍କ ତତ୍ଵବଧାନରେ ତଦନ୍ତ ଚାଲୁ ରହିଛି ।
ପ୍ରକାଶ ଥାଉକି ଗତ କାଲି ଭାରତୀୟ ଜନତା ପାର୍ଟି ର ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁ ଖୋର୍ଦ୍ଧା ଜିଲ୍ଲାରେ ନିଶା ଦ୍ରବ୍ୟ କାରବାର ରୋକିବା ନେଇ ଏକ ଟାସ୍କଫୋର୍ସ ଗଠନ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେଇଥିଲେ ।