ଭୁବନେଶ୍ୱର : ବରିଷ୍ଠ ଆଇଏଏସସ୍ତରରେ ଆଜି ଏକ ଛୋଟଧରଣର ଅଦଳବଦଳ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ବିଜ୍ଞପ୍ତି ଅନୁଯାୟୀ କେନ୍ଦ୍ରରୁ ଡେପୁଟେସନରେ ଫେରିଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିଭି ଶର୍ମାଙ୍କୁ କଟକସ୍ଥିତ ବୋର୍ଡ ଅଫ ରେଭନ୍ୟୁର ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ସେହିପରି ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ବଦଳି କରାଯାଇଛି। ସେ ପୂର୍ବପରି ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିଶନର ଦାୟିତ୍ୱ ଅତିରିକ୍ତ ଭାବେ ତୁଲାଇବେ। କେବିକେ ମୁଖ୍ୟ ପ୍ରଶାସକ ୧୯୮୬ ବ୍ୟାଚର ସୁଦର୍ଶନ ପାଲ ଠାକୁର ଏଣିକି କେବଳ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରିବେ।