ଭୁବନେଶ୍ବର: ଲକ୍ଡାଉନ୍, ସପ୍ତାହାନ୍ତ ସଟ୍ଡାଉନ୍ ସତ୍ତ୍ବେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନେଇ ଚିନ୍ତାରା ରାଜ୍ୟ ସରକାର। ଏସବୁ ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ କରୋନା ମାମଲା ରାଜ୍ୟରେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୬୮,୪୨୨ରେ ପହଁଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୦୧୨ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଜଣ ସ୍ଥାନୀୟ ଆକ୍ରାନ୍ତ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୩୦ଜଣ, ବାଲେଶ୍ୱର ଜିଲ୍ଲାରୁ ୫୧୦ଜଣ, ବରଗଡ଼ ଜିଲ୍ଲାରୁ ୩୧୫ଜଣ, ଭଦ୍ରକ ଜିଲ୍ଲାରୁ ୧୭୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୬ଜଣ, ବୌଦ୍ଧ ଜିଲ୍ଲାରୁ ୩୬୫ଜଣ, କଟକ ଜିଲ୍ଲାରୁ ୧୧୮୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୨ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୩୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୨୫ଜଣ, ଯାଜପୁର ଜିଲ୍ଲାରୁ ୪୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭୩ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୧ଜଣ, କନ୍ଧମାଳ ଜିଲ୍ଲାରୁ ୧୦୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୨ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୮୪୨ଜଣ, କୋରାପୁଟ ଜିଲ୍ଲାରୁ ୨୩୩ଜଣ, ମାଲକାନାଗିରି ଜିଲ୍ଲାରୁ ୭୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୪୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୩ଜଣ, ନୟାଗଡ଼ ଜିଲ୍ଲାରୁ ୩୧୫ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୯ଜଣ, ପୁରୀ ଜିଲ୍ଲାରୁ ୫୬୮ଜଣ, ରାୟଗଡ଼ା ଜିଲ୍ଲାରୁ ୩୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୦ଜଣ, ସୋନପୁର ଜିଲ୍ଲାରୁ ୨୦୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୧୫ଜଣ , ଷ୍ଟେଟ୍ ପୁଲ୍ରୁ ୩୨୪ଜଣ ରହିଛନ୍ତି ।